ଝାରୁସୁଗୁଡାରୁ ୨୮୮ବସ୍ତା ଚୋରା ଚାଉଳ ଜବତ ଘଟଣା । ଆରପିଏଫର ଜଣେ ଇନ୍ସପେକ୍ଟରଙ୍କ ସମେତ ୪ କର୍ମଚାରୀ ନିଲମ୍ବିତ

168

କନକ ବ୍ୟୁରୋ : ୨୮୮ ବସ୍ତା ଚୋରା ଚାଉଳ ଘଟଣାରେ ଦାୟିତ୍ୱରେ ଅବହେଳା କରିବା ଅଭିଯୋଗରେ ଆରପିଏଫର ୨ ଅଧିକାରୀଙ୍କ ସମେତ ଚାରି ଜଣ କର୍ମଚାରୀ ନିଲମ୍ବିତ । ନିଲମ୍ବିତଙ୍କ ମଧ୍ୟରେ ରହିଛନ୍ତି ଝାରସୁଗୁଡା ଆରପିଏଫର ଇନ୍ସପେକ୍ଟର ଏଲଏନ ଦାସ, ଏଏସଆଇ ଏସ କେ କୁମାର, ଦୁଇ ହାବିଲଦାର ଆର ଭି ଠାକୁର ଓ ଡି. ବକ୍ସଲା । ଗତ ୮ ତାରିଖ ବିଳମ୍ବିତ ରାତିରେ ଡବଲିଙ୍ଗ୍ କଲୋନୀ ନିକଟରେ ରହିଥିବା ଏକ ପରିତ୍ୟକ୍ତ ଘରୁ ୨୮୮ ବସ୍ତା ଚାଉଳ ଜବତ କରିଥିଲା ଜିଆରପି ପୋଲିସ୍ ।

ସେତେବେଳେ ଏହି ଚାଉଳର ମାଲିକାନାକୁ ନେଇ କେହି ଦାବି କରିବାକୁ ଆସି ନଥିଲେ । ଚାଉଳ ଚୋରି ଘଟଣାରେ ଆରପିଏଫ ତେଲିଭଟ୍ଟା ଅଂଚଳର ରାହୁଲ ସାହୁ, କ୍ରିଷ୍ଣା ସାହୁ ଏବଂ ଟିଙ୍କୁ କଂଟାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।