କୃଷକଙ୍କ ପାଇଁ ଝାଡଖଣ୍ଡ ସରକାରଙ୍କ ବଡ ଘୋଷଣା । ଚାଷୀଙ୍କୁ ଏକର ପିଛା ଦିଆଯିବ ୫ହଜାର ଟଙ୍କା : ସର୍ବାଧିକ ଜଣେ ଚାଷୀଙ୍କୁ ୫ଏକର ଜମି ପାଇଁ ମିଳିବ ସହାୟତା

କୃଷକଙ୍କ ପାଇଁ ଝାଡଖଣ୍ଡ ସରକାରଙ୍କ ବଡ ଘୋଷଣା

162

କନକ ବ୍ୟୁରୋ : କୃଷକଙ୍କ ପାଇଁ ଝାଡଖଣ୍ଡ ସରକାରଙ୍କ ବଡ ଘୋଷଣା । ରାଜ୍ୟର ୨୨ ଲକ୍ଷ ୭୬ ହଜାର କୃଷକଙ୍କ ପାଇଁ ୨୨ ଶହ ୫୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି ରଘୁବର ଦାସ ସରକାର । ଏହି ଯୋଜନା ଦ୍ୱାରା ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ହେବ ବୋଲି ସରକାର ଆଶା ରଖିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରୁ କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀ କୃଷି ଆର୍ଶୀବାଦ ଯୋଜନା । ଏହି ଯୋଜନାରେ ଆସନ୍ତା ଆର୍ଥିକ ବର୍ଷରୁ ମଧ୍ୟମ ଏବଂ ସ୍ୱଳ୍ପ ଆୟ ଥିବା ଚାଷୀଙ୍କୁ ଏକର ପିଛା ୫ ହଜାର ଟଙ୍କା ମିଳିବ । ୧ ଏକରରୁ କମ୍ ଥିଲେ ବି ଏହି ସୁବିଧା ପାଇବେ ଚାଷୀ । ଚେକ୍ ଏବଂ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅର୍ଥାତ୍ ସିଧାସଳଖ ବ୍ୟାଙ୍କ ଆକାଉଂଟକୁ ଏହି ଟଙ୍କା ପଠାଯିବାର ବ୍ୟବସ୍ଥା କରିବେ ସରକାର ।

 

ଏହି ଟଙ୍କାରେ ଚାଷୀ ଆଉ ଅନ୍ୟ ଉପରେ ନିର୍ଭର ନକରି ନିଜ ଫସଲ ପାଇଁ ବିହନ, ସାର ଏବଂ ଅନ୍ୟାନ୍ୟ କୃଷୀ ସମ୍ବନ୍ଧୀୟ ଉପକରଣ କିଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ ରଘୁବର ଦାସ କହିଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାର, ଚାଷୀଙ୍କ କୃଷି ଋଣ ଛାଡ କରିବା ପରେ ଝାଡଖଣ୍ଡ ସରକାର କୃଷକଙ୍କ ପାଇଁ ବଡ ଯୋଜନା ଘୋଷଣା କରିଛନ୍ତି ।