୫ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରନ । ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ସୋରେନଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

୫ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରନ । ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ସୋରେନଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

କନକ ବ୍ୟୁରୋ : ଝାଡ଼ଖଣ୍ଡ ରାଜନୈତିକ ହଟଚମଟ ଭିତରେ ନୂଆ ସରକାର ଗଠନ ହୋଇଛି । ତଥାପି ଟଳିନି ସଙ୍କଟ । ଇଡି ରିମାଣ୍ଡରେ ହେମନ୍ତ ସୋରେନ, ସେପଟେ ଚମ୍ପାଇ ସୋରେନଙ୍କ ହାତରେ ଝାଡ଼ଖଣ୍ଡ ଦାୟିତ୍ୱ । ଏହା ଭିତରେ ମହାମେଂଟ ସରକାରକୁ ଘାରିଛି ଘୋଡ଼ା ବେପାର । ସ୍ଥିତିକୁ ଦେଖି ହାଇଦ୍ରାବାଦକୁ ଯାଉଛନ୍ତି ଜେଏମଏମ ବିଧାୟକ । ସୂଚନା ଅନୁସାରେ ହାଇଦ୍ରାବାଦରେ ମହାମେଂଟ ୪୩ବିଧାୟକ ପହଁଚିସାରିଲେଣି । କୁହାଯାଉଛି ତେଲେଙ୍ଗାନାରେ କଂଗ୍ରେସ ସରକାର । ତେଣୁ ଘୋଡ଼ାବେପାର ସମସ୍ୟାକୁ ଦୂରେଇବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦାୟିତ୍ୱ ଦିଆଯାଇଛି । ଦିନକୁ ଦିନ ରୋଚକ ହେଉଛି ଝାଡ଼ଖଣ୍ଡ ରାଜନୀତି ।

ସେପଟେ ଇଡିର ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହି ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାକୁ ନେଇ ହାଇକୋର୍ଟ ଯିବାକୁ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe