ଭୁବନେଶ୍ୱରରେ ହୋଇଥିଲା ଝରାଫୁଲଙ୍କ ହତ୍ୟାକାଣ୍ଡ । ମୃତଦେହ ଫୋପାଡିବାକୁ ହୋଇଥିଲା ଷଡଯନ୍ତ୍ର ।

12,219

କନକ ବ୍ୟୁରୋ : ଭୁବନେଶ୍ୱରରେ ହୋଇଥିଲା ଝରାଫୁଲଙ୍କ ହତ୍ୟାକାଣ୍ଡ । ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ହୋଇଥିଲା ପ୍ରୟାସ । ମୃତଦେହ ଫୋପାଡିବାକୁ ଅଭିଯୁକ୍ତ କରିଥିଲେ ଷଡଯନ୍ତ୍ର । ସିସିଟିଭି ଫୁଟେଜରେ ଦୁଇ ଜଣ ଝରାଫୁଲଙ୍କୁ ନେଇକି ଯାଇଥିଲେ । ପଛରେ ବସିଥିଲା ରାକେଶ । ସ୍କୁଟି ଚଲାଉଥିବା ରାକେଶରେ ସାଙ୍ଗ ଏବେ ବି ଫେରାର ଅଛି । ଝରାଫୁଲଙ୍କ ହତ୍ୟାକାଣ୍ଡ ନେଇ ସୂଚନା ଦେଲା ଯାଜପୁର ପୋଲିସ । ଜଣେ ଡିଏସପି ଏହି ଘଟଣାର ତଦନ୍ତ କରିବେ ।

ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ରାକେଶ ସ୍ୱାଇଁକୁ ଗିରଫ କରିଛି ପୋଲିସ । ଏୟାରଫିଲ୍ଡ ଥାନା ପୋଲିସ ଥାନା ପୋଲିସ ରାକଶକୁ ଗିରଫ କରିଛି । ଗିରଫ ପରେ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଲା ଯାଜପୁର ପୋଲିସ ।

ସିସିଟିଭି ଖୋଲିଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଆଧାରରେ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଛି ପୋଲିସ । ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁର ଛାନଭିନ୍ ଚାଲିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ସୁନ୍ଦରପଦାରେ ରେଡ୍ କରିଥିଲା ଯାଜପୁର ପୋଲିସ । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମ୍ନାକୁ ଆସିବା ପରେ ଏହି ଆଧାରରେ କରିଥିଲା ଖୋଳତାଡ ।