ଝରାଫୁଲର ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ଗେଷ୍ଟ ହାଉସର ୨୦୧ ନମ୍ବର ରୁମକୁ ସିଲ୍ କଲା ପୋଲିସ

383

କନକ ବ୍ୟୁରୋ: ଝରାଫୁଲଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପଡୁଛି ଉଠୁଛି ରାଜଧାନୀ । ଯାଜପୁରର ତଦନ୍ତକାରୀ ଟିମ ଭୁବନେଶ୍ୱରରେ ଡେରା ପକାଇଛି । ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ଓ ପ୍ରମାଣ ସାମନାକୁ ଆସିବାରେ ଲାଗିଛି । ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ବୁହାଇ ନେଉଥିବା ଚିତ୍ର ସାମନାକୁ ଆସିବା ପରେ ଗେଷ୍ଟ ହାଉସରେ ସାଇଂଟିଫିକ ଟିମ ସହ ରେଡ ମାରିଛି କୁଆଖିଆ ପୋଲିସ । ଗେଷ୍ଟହାଉସରେ ଲାଗିଥିବା ସିସିଟିଭି କ୍ୟାମେରା, ରେଜିଷ୍ଟର ଓ ଗେଷ୍ଟହାଉସର କର୍ମଚାରୀଙ୍କୁ ଜେରା ପରେ ଜଣାପଡିଛି, ୨୬ ତାରିଖରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ, ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ ୨୦୧ ନମ୍ବର ରୁମରେ ରହିଥିଲେ । ୨୦୧ ନମ୍ବର ରୁମକୁ ସିଲ କରି ସାଇଂଟିଫିକ ଟିମ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଯାହା ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।

ମୃତଦେହ ମିଳିବାର ୨୪ ଘଂଟା ପୂର୍ବରୁ ପୁରୁଷ ବନ୍ଧୁ ରାକେଶଙ୍କ ସହିତ ଲଂଚ ପାଇଁ ଲିଙ୍ଗରାଜ ଷ୍ଟେସନ ନିକଟ ଏକ ଫାଷ୍ଟଫୁଡ ଦୋକାନକୁ ଯାଇଥିଲେ ଝରାଫୁଲ । ୨୬ ତାରିଖ ଦିନ ପ୍ରାୟ ୧୨ଟା ୨୦ ମିନିଟ ସମୟରେ ବିରିୟାନୀ ଖାଇବା ପାଇଁ ଦୋକାନରେ ପହଂଚିଥିଲେ ଉଭୟ।ହେଲେ ଖାଇବା ଆରମ୍ଭ ହେବା ଆଗରୁ ଝରାଫୁଲଙ୍କ ଦେହ ଖରାପ ହୋଇଯାଇଥିଲା । ପେଟ କାଟୁଛି, ଦେହ ଭଲ ଲାଗୁନି କହି କାନ୍ଦି ପକାଇଥିଲେ ଝରାଫୁଲ । ଶେଷରେ ବାନ୍ତି କରି ନିସ୍ତେଜ ହୋଇପଡିଥିଲେ । ଆଉ ଦିନ ଗୋଟାଏ ୫ ସମୟରେ ଉଭୟ ସ୍କୁଟି ଯୋଗେ ବାହାରି ଯାଇଥିଲେ । ଏ ସମସ୍ତ ଭିଡିଓ ଦୋକାନରେ ଲାଗିଥିବା କ୍ୟାମେରାରେ କଏଦ ହୋଇଯାଇôଥିଲା ।

ଅନ୍ୟପଟେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି, ଗେଷ୍ଟହାଉସର ରୁମ ନମ୍ବର ୨୦୧ରୁ ବାହାରିବା ପୂର୍ବରୁ ଝରାଫୁଲଙ୍କ ମୃତ୍ୟୁ ହୋଇସାରିଥିଲା । ତେବେ ଝରାଫୁଲଙ୍କ ମୃତ୍ୟୁ ହେଲା କେମିତି? ଝରାଫୁଲ ମୃତ୍ୟୁ ପଛରେ ରହିଛି କାହାର ହାତ? ପୁରୁଷ ବନ୍ଧୁ ରାକେଶ ଓ ତାର ସହଯୋଗୀଙ୍କର ଏହି ମୃତ୍ୟୁ ସହିତ ରହିଛି କି ସମ୍ପର୍କ? ପୋଷ୍ଟମର୍ଟମ ରିପୋର୍ଟ , ଭିସେରା ରିପୋର୍ଟ, ସାଇଂଟିଫିକ ଟିମର ରିପୋର୍ଟ ଏବଂ ରିମାଣ୍ଡରେ ଆସିବା ପରେ ରାକେଶର ବୟାନ ଖୋଲିବ ଝରାଫୁଲ ମୃତ୍ୟୁ ପଛର ରହସ୍ୟ ।