ସମୁଦ୍ର ମଣିଷ

185

ପୃଥିବୀର ତିନି ଭାଗ ଜଳ ଓ ଗୋଟେ ଭାଗ ସ୍ଥଳ । ଆଉ ଏଇ ଗୋଟେ ଭାଗରେ ରହୁଥିବା କିଛି ଲୋକଙ୍କ ଜୀବନ ଓ ଜୀବିକା ଏଇ ଜଳ ଭାଗ ଉପରେ ନିର୍ଭରଶୀଳ । ଅର୍ଥାତ ବିଶାଳ ସମୁଦ୍ର ହେଉଛି ସେମାନଙ୍କ ଭାତ ହାଣ୍ଡି । ସେମାନଙ୍କୁ ଆମେ ନୋଳିଆ, ଧୀବର ବା ସମୁଦ୍ର ମଣିଷ ବୋଲି କହିଥାଉ । ସାଗରକୁ ନେଇ କେତେ କାହାଣୀ, କେତେ କଥା, କେତେ କବିତା । ହେଲେ ଏମାନେ କିନ୍ତୁ ସାଗର ବୁକୁରେ ଲେଖନ୍ତି ତାଙ୍କ ଜୀବନର ବ୍ୟଥା ଓ କଥା । କୁହାଯାଏ ସମୁଦ୍ର ମନ୍ଥନରୁ ମିଳିଥିଲା ଐରାବତ ହାତୀ, ପାରିଜାତ ପୁଷ୍ପ, ବିଷ ଓ ଅମୃତ । କିନ୍ତୁ ଏଇ ସମୁଦ୍ର ମଣିଷ ଆଜି ବି ସମୁଦ୍ର ମନ୍ଥନ କରୁଛି ଜୀବନ ପାଇଁ ଜିଇଁବା ପାଇଁ । ଜୀବନର କାନଭାସରେ ଜାଣନ୍ତୁ ଏହି ସମୁଦ୍ର ମଣିଷଙ୍କ ବାସ୍ତବତା : –