ଭୁବନେଶ୍ୱରର ଶୁଭଙ୍କର ଚକ୍ରବର୍ତ୍ତୀ ! ଜେଇଇ ମେନରେ ଓଡିଶାରେ ପ୍ରଥମ

20

ଜେଇଇ ମେନରେ ଓଡିଶା ଟପ୍ପର ଶୁଭଙ୍କର ଚକ୍ରବର୍ତି । ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ଭୁବନେଶ୍ୱରର ଏହି ଛାତ୍ର । ସାରା ଭାରତରେ ୬୪ ସ୍ଥାନରେ ଅଛନ୍ତି ଶୁଭଙ୍କର । ଅଳ୍ପ ବୟସରୁ ବାପାଙ୍କୁ ହରାଇଥିବା ଶୁଭଙ୍କର, ନିଷ୍ଠା ଆଉ କଠିନ ପରିଶ୍ରମ ବଳରେ ଏହି ସଫଳତା ପାଇଛନ୍ତି । ଦେଶର ନାମକରା ଆଇଆଇଟିରେ ପାଠ ପଢିବାକୁ ଇଚ୍ଛା ରଖିଥିବା ଶୁଭଙ୍କର, ଏବେ ଜେଇଇ ଆଡଭାନ୍ସ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆଗକୁ କୋର ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସରେ ପାଠ ପଢିବାକୁ ଚାହୁଁଛନ୍ତି ।

ବାପାଙ୍କ ଦେହାନ୍ତ ପରେ ପରିବାର ଚଳାଇବା ମାଆଙ୍କ ପାଇଁ ଥିଲା ମୁସ୍କିଲ । ଆଉ ସେତେବେଳେ ଜେଜେବାପା, ଜେଜେମାଆ ଏମାନଙ୍କ ପାଇଁ ସାହାରା ପାଲଟିଥିଲେ । ସାମୟୀକ ସମୟ ପାଇଁ ମାଆଙ୍କ ମାନସିକ ରୋଗ ବି ଏହି ପରିବାର ପାଇଁ ଥିଲା ବେଶ କଷ୍ଟଦାୟକ । ତଥାପି ନିଜ ଲକ୍ଷ୍ୟ ହାସଲ ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ ଶୁଭଙ୍କର । ଗତବର୍ଷ ଭଲ ସ୍ଥାନ ପାଇ ନଥିବାରୁ ଚଳିତବର୍ଷ ପୁଣି ଭାଗ୍ୟ ପରୀକ୍ଷା କରି ପାଇଛନ୍ତି ସଫଳତା ।

ତେବେ ନିଜର ପରିଶ୍ରମ ଓ ସାଧନା ବଳରେ ଶୁଭଙ୍କରଙ୍କୁ ମିଲିଛି ସଫଳତା । ତାଙ୍କ ଦୃଢ ମନୋବଳ ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ । ଉଚ୍ଚଶିକ୍ଷା ପାଇଁ ଆଶା ରଖିଥିବା ଶୁଭଙ୍କର ଏବେ ଅନ୍ୟମାନଙ୍କ ଉଦାହରଣ ପାଲଟିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –