ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଜେଡିୟୁ !

23

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପଦ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଜେଡିୟୁ । ନିତିଶ କୁମାରଙ୍କ ଜେଡିୟୁ ସାଂସଦ ତଥା ବିଧାୟକଙ୍କ ସହ କଥାବାର୍ତ୍ତା ପରେ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବା ନେଇ ପାର୍ଟି ଘୋଷଣା କରିଛି । ତେବେ ନିତିଶଙ୍କ ଏ ଘୋଷଣା ପରେ ଲାଲୁ ଓ ନିତିଶଙ୍କ ମହାଗଠବନ୍ଧନ ମଧ୍ୟରେ ଫାଟ ସୃଷ୍ଟି ନେଇ ଚର୍ଚ୍ଚା ହେଉଛି । ସେପଟେ ମେଂଟରୁ ଜେଡିୟୁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି ବୋଲି ଆରଜେଡି ସେହି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ବାଧ୍ୟ ନୁହେଁ ବୋଲି ଲାଲୁ ଯାଦବ କହିଛନ୍ତି । ଏପରି କି ଏହାର ପ୍ରଭାବ ମେଂଟ ଉପରେ ମଧ୍ୟ ପଡିବ ନାହିଁ ବୋଲି କୁହାଯାଉଛି ।