ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କ ସମୟର ଜଣେ ସଫଳ ଅଭିନେତ୍ରୀ ଭାବରେ ସିନେମା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଜଣେ ସଫଳ ରାଜନୈ÷ତିକ ବ୍ୟକ୍ତିତ୍ୱ ଭାବରେ ସେ ନିଜର ଯେତିକି ପରିଚୟ ସୃଷ୍ଟି କରିପାରିଥିଲେ, ସଫଳ ଅଭିନେତ୍ରୀ ଭାବରେ ମଧ୍ୟ ସେ ଛାପ ସୃଷ୍ଟି କରିଥିଲେ ।

Advertisment

ଜୟଲଳିତା ବଲିଉଡର ସଫଳ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ, ସେ ନିଜର ଏକ ଇଚ୍ଛା ଜାହିର କରିଥିଲେ ଯେ, ଯଦି କେବେ ତାଙ୍କର ବାୟୋପିକ ନିର୍ମିତ ହେବ ସେଥିରେ ଐଶର୍ଯ୍ୟା ହିଁ ଅଭିନୟ କରିବେ । ଜୟଲଳିତା ଐଶଙ୍କୁ ଦୁନିଆର ସବୁଠୁ ସୁନ୍ଦର ମହିଳା ଭାବରେ ବିବେଚନା କରୁଥିଲେ ।

ଏହି ସମ୍ବନ୍ଧୀୟ ତଥ୍ୟର ଭିଡିଓ,ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓକୁ ସିମି ଗ୍ରେବାଲ ତାଙ୍କର ଟ୍ୱିଟର ଆକାଂଉଟରେ ସେୟାର କରିଛନ୍ତି । ସିମି ଏହି ଭିଡିଓକୁ ତାଙ୍କର ଚାଟ୍ ସୋ'ରୁ ଆଣି ସେୟାର କରିଛନ୍ତି ।

ସିମି ଗ୍ରେବାଲ ଜୟଲଳିତାଙ୍କ ସାକ୍ଷାତକାର ନେବା ଅବସରରେ ଏହି କଥା ଜୟଲଳିତା କହିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ୧୯୬୦ ଦଶକରେ ଜୟଲଳିତା ସିନେମା ଦୁନିଆରେ ପାଦ ରଖିଥିଲେ । ୧୯୬୧ରୁ ୧୯୮୧ ପର୍ଯ୍ୟନ୍ତ ଜୟଲଳିତା ତାମିଲ, ତେଲଗୁ, ଓ କନ୍ନଡ ସିନେମାରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।

ଜୟଲଳିତା କେବଳ ଜଣେ ସଫଳ ଅଭିନେତ୍ରୀ ନୁହଁନ୍ତି, ନୃତ୍ୟନିପୁଣା ମଧ୍ୟ ଥିଲେ । ସିନେମାରେ ଜୟଲଳିତାଙ୍କ ଲୋକପ୍ରିୟତା ଏତେ ଅଧିକ ଥିଲା ଯେ ତାଙ୍କୁ ତାମିଲ ସିନେମାର କୁଇନର ଆଖ୍ୟା ଦିଆଯାଇଥିଲା ।