କନକ ବ୍ୟୁରୋ: ବିବାଦରେ ୫-ଟି ସଚିବଙ୍କ ବିମାନ ଭଡା । ଭିକେ ପାଣ୍ଡିଆନଙ୍କ ବିମାନ ଉଡାଣକୁ ନେଇ ପୁଣିଥରେ ଟାର୍ଗେଟ କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି କେଉଁଠୁ ଟଙ୍କା ଆସୁଥିଲା ତାହାର ହିସାବ ସାମ୍ନାକୁ ଆସିବାର ଅଛି । ବିମାନ ଉଡାଣ ନେଇ ରାଜ୍ୟ ସରକାର କେଉଁଠି ଓ କେମିତି ଖର୍ଚ୍ଚ କରୁଥିଲେ ସେହି ପ୍ରସଙ୍ଗ ବିଜେପି ବିଧାନସଭାରେ ଉଠାଇବ ବୋଲି କହିଛନ୍ତି ଜୟନାରାୟଣ ।ସେପଟେ ଜୟନାରାୟଣଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ସ୍ୱରୂପ ଦାସ କହିଛନ୍ତି, ରାଜ୍ୟର ବିକାଶ ଭଳି ମହାନ ଉଦ୍ଦେଶ୍ୟ ନେଇ ସଚିବ ବିମାନର ବ୍ୟବହାର କରୁଛନ୍ତି । ଓଡିଶା ଭଳି ବଡ ରାଜ୍ୟରେ ୩୦ ଜିଲ୍ଲାର ଲୋକଙ୍କ ପାଖରେ ପହଞ୍ଚିିବା ପାଇଁ ଏହାର ଆବଶ୍ୟକତା ଥିବା ବୋଲି ସଫେଇ ରଖିଛନ୍ତି ସ୍ୱରୂପ ଦାସ । ୫-ଟି ସଚିବଙ୍କ ବିମାନ ଖର୍ଚ୍ଚ ସଂକ୍ରାନ୍ତୀୟ ଆରଟିଆଇ ରିପୋର୍ଟ ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।