ମହାମାରୀ ସମୟରେ ହୋଇଥିଲେ କରୋନା ସଂକ୍ରମିତ । ସୁସ୍ଥ ହେବା ପରେ ୪ ଥର ପ୍ଲାଜମା ଦାନ କରି ଚର୍ଚ୍ଚାରେ ପୋଲିସ ସିପାହୀ କେ ଯୁଧିଷ୍ଠିର ରାଓ ।

188

କନକ ବ୍ୟୁରୋ : ଥରେ କି ଦୁଇ ଥର ନୁହେଁ ଚତୁର୍ଥ ଥର ପାଇଁ ପ୍ଲାଜମା ଦେଇ ଚର୍ଚ୍ଚାରେ ଯବାନ । ଗଂଜାମ ଜିଲ୍ଲାର ଓଏସପି ଅଷ୍ଟମ ବାଟାଲିୟନର ସିପାହୀ ରୁପେ କାର୍ଯ୍ୟରତ ଅଛନ୍ତି ଯୁଥିଷ୍ଟିର ରାଓ । ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ଲଗାତାର ୪ର୍ଥ ଥର ପାଇଁ ପ୍ଲାଜମା ଦାନ କରିଛନ୍ତି ଯୁଥିଷ୍ଟିର । ମହାମାରୀ ସମୟରେ ନିଜ ଦାୟିତ୍ୱ ନିର୍ବାହ କରିଥିବା ସମୟରେ ନିଜେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ମଧ୍ୟ ହୋଇଥିଲେ ।

ଜରୁରୀ ସମୟରେ ସେ ସଂକ୍ରମଣ ରୋକିବା ପାଇଁ ନିଜ ପ୍ଲାଜମା ଦାନ କରିଛନ୍ତି । ଯବାନଙ୍କ ଏହି ଇଚ୍ଛାଶକ୍ତି ଲାଗି ଅଷ୍ଟମ ବାଟାଲିୟନର ଶହେରୁ ଅଧିକ ଯବାନ ପ୍ଲାଜମା ଦାନ କରିଛନ୍ତି । ଜିଲ୍ଲାର ଅନେକ କୋଭିଡ ଯୋଦ୍ଧା ଅଛନ୍ତି ଯିଏ ପ୍ଲାଜମା ଦାନ କରିଛନ୍ତି । ହେଲେ ଯୁଧିଷ୍ଟିର ରାଓ ୪ର୍ଥ ଥର ପ୍ଲାଜମା ଦାନ କରି ଚର୍ଚ୍ଚା ସାଉଁଟିଛନ୍ତି ।