ଭାରତରେ ଲଂଚ ହେଲା Jawa ର ୩ଟି ଦମଦାର ମୋଟରସାଇକେଲ : ଜାଣନ୍ତୁ ଏହାର ଫିଚର୍ସ ଓ ମୂଲ୍ୟ

ଆଇକନିକ୍ ଜାୱା ମୋଟରସାଇକେଲ ବ୍ରାଣ୍ଡ ଲଂଚ କରିଛି ୩ଟି ଦମଦାର ବାଇକ୍

191

ଆଇକନିକ୍ ଜାୱା ମୋଟରସାଇକେଲ ବ୍ରାଣ୍ଡ ଗୁରୁବାର ଦିନ ଭାରତରେ ୩ଟି ଦମଦାର ବାଇକ୍ ଲଂଚ କରିଛି । କମ୍ପାନୀ ନ୍ୟୁ ଜାୱା(ଷ୍ଟାଣ୍ଡାଡ), ଜାୱା ୪୨ ଓ ଜାୱା ପେରକ୍ ଲଂଚ କରିଛି । ନ୍ୟୁ ଜାୱା ର ଦିଲ୍ଲୀରେ ଏକ୍ସ ଶୋ’ ରୁମର ମୂଲ୍ୟ ୧,୬୪,୦୦୦ ଟଙ୍କା । ଯେବେକି ଜାୱା ୪୨ର ଦିଲ୍ଲୀରେ ଏକ୍ସ ଶୋ’ ରୁମ୍ ର ମୂଲ୍ୟ ୧,୫୫,୦୦୦ ଟଙ୍କା । ଜାୱା ପେରକ୍ ର ଦିଲ୍ଲୀରେ ଏକ୍ସ ଶୋ’ ରୁମ୍ ର ମୂଲ୍ୟ ୧.୮୯ ଲକ୍ଷ ଟଙ୍କା ହେବ । ନ୍ୟୁ ଜାୱା ଓ ଜାୱା ୪୨ରେ ୨୯୩ସିସିର ସିଙ୍ଗଲ ସିଲିଣ୍ଡର ଇଂଜିନ୍ ଦିଆଯାଇଛି । ଯାହାକି ବିଏସ୬ର ମାନକକୁ ପୁରା କରେ ।

ଜାୱା ମୋଟରସାଇକେଲ ବ୍ଲାକ୍, ଜାୱା ମେରୁନ୍ ଓ ଜାୱା ଗ୍ରେ ଏହି ୩ଟି ରଙ୍ଗରେ ମିଳିବ । ଜାୱା ୪୨ ୬ଟି ରଙ୍ଗରେ ମିଳିବ । ଜାୱା ବାଇକରେ ରାଉଣ୍ଡେଡ ହେଡଲାଇଟ୍, ଗୋଲ ଟ୍ୟାଙ୍କ ଓ ଫ୍ଲାଟ୍ ସିଟ୍ ଦିଆଯାଇଛି । ଜାୱା ମୋଟରସାଇକେଲରେ ଫ୍ରଣ୍ଟରେ ସିଙ୍ଗଲ-ଚ୍ୟାନେଲ ଏବିଏସ ୟୁନିଟ୍ ଦିଆଯାଇଛି । ଏହି ସମୟରେ ଭାରତରେ ୧୦୫ ଜାୱା ଡିଲରସିପ୍ ଅଛି । ଅତି ଶୀଘ୍ର ୭୫ ଓ ଡିଲରସିପ୍ ଲଂଚ କରାଯିବ । ଜାୱାର ମୋଟରସାଇକେଲ୍ ଭାରତରେ ଦ୍ରୁତ ଗତିରେ ବଢୁଥିବା ୨୫୦୦ସିସି+ ମାର୍କେଟରେ ମୁକାବିଲା କରିବ । ଏହି ସେଗମେଣ୍ଟରେ ରୋୟାଲ ଏନଫିଲ୍ଡ ୩୫୦, ବଜାଜ୍ ଡୋମିନାର ୪୦୦, ହୋଣ୍ଡା ସିବିଆର ଭଳି ମୋଟରସାଇକେଲ ଅଛି । ଜାୱା ୧୯୯୬ରେ ଭାରତରେ ନିଜର କାମ ବନ୍ଦ କରିଦେଇଥିଲା ଏବଂ ଏବେ ୨୨ ବର୍ଷ ପରେ ଭାରତରେ ନିଜର ବ୍ରାଣ୍ଡ ପୁଣି ଥରେ ଆଣିଛି ।