ଫିଲ୍ମ ସୁଟିଂ ପାଇଁ ଅନୁମତି ଦେଲ, ଯାତ୍ରାକୁ କାହିଁକି ନୁହେଁ ? ସରକାରଙ୍କୁ ପ୍ରଶ୍ନ ପଚାରିଲେ ଯାତ୍ରା କଳାକାର

185

କନକ ବ୍ୟୁରୋ : ଜୁଲାଇ ଗାଇଡଲାଇନରେ ସରକାର କରୋନା କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି କାଟାଗୋରୀ- ଏ ରେ ୨୦ଟି ଓ କାଟାଗୋରୀ- ବି ରେ ୧୦ଟି ଜିଲ୍ଲାକୁ ରଖି ସେହି ଅନୁଯାୟୀ ଅନଲକ କରାଯାଇଛି ।

ତେବେ ଦୁଇଟିଯାକ କାଟାଗୋରୀରେ ଫିଲ୍ମ ସୁଟିଂକୁ ଅନୁମତି ଦିଆଯାଇଛି । ପ୍ରଥମ ୨୦ ଜିଲ୍ଲାରେ ଉଭୟ ଇନଡୋର ଓ ଆଉଟଡୋର ସୁଟିଂ ପାଇଁ ଅନୁମତି ମିଳିଥିବାବେଳେ କାଟାଗୋରୀ- ବିରେ ଥିବା ୧୦ ଜିଲ୍ଲାରେ କେବଳ ଆଉଟଡୋର ସୁଟିଂକୁ ଅନୁମତି ମିଳିଛି । ହେଲେ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିନାହିଁ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଯାତ୍ରା କଳାକାର ।

ତେବେ, ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର୍‌, ପ୍ରଦର୍ଶନୀ, ମେଳା, ସିନେମା ହଲ୍‌, ଜିମ୍‌, ପାର୍କ, ଯାତ୍ରା, ବାର୍‌, ଅଡିଟୋରିୟମ୍, ସାମାଜିକ, ଧାର୍ମିକ ଓ ରାଜନୈତିକ ସଭାସମିତିକୁ ବାରଣ କରାଯାଇଛି। ସବୁ ଜିଲ୍ଲାରେ ସପିଙ୍ଗ୍‌ ମଲ୍‌, ସ୍ପା, ବିଉଟି ପାର୍ଲର୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ । ମନ୍ଦିର ଓ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ରହିବ । କେବଳ ପୂଜକଙ୍କୁ ନେଇ ସେଠାରେ ଦୈନିକ ରୀତିନୀତି ଚାଲିବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ଖାଦ୍ୟର ହୋମ୍‌ ଡେଲିଭରି ଉପରେ କୌଣସି କଟକଣା ଜାରି କରାଯାଇ ନାହିଁ ।