ଲୋୟର ପିଏମଜିରେ ଧାରଣାରେ ଯାତ୍ରା କଳାକାର : ୨ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି

କରୋନା ପାଇଁ ୧୧ମାସ ହେବ ବନ୍ଦ ରହିଛି ଯାତ୍ରା ପେଣ୍ଡାଲ

214

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଦୀର୍ଘ ୧୧ ମାସ ହେବ ଯାତ୍ରା ବନ୍ଦ ରହିଥିବା ବେଳେ ୨ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡିଶା । ଆଜି ଲୋୟର ପିଏମଜିରେ ଆମରଣ ଅନଶନ ଓ ଧାରଣାରେ ବସିଛନ୍ତି ଯାତ୍ରା କଳାକାର । ଯାତ୍ରା ନଚାଲିଲେ କଳାକାର କେମିତି ବଂଚିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏମିତି ବଂଚିବା ଅପେକ୍ଷା ଆତ୍ମହୁତି ଦେବା ଭଲ କହିଛନ୍ତି ଦୈତାରୀ ପଣ୍ଡା ।

ସାରା ରାଜ୍ୟରେ ୩ ଲକ୍ଷ ଯାତ୍ରା କଳାକାର ସଂକଟରେ ଅଛନ୍ତି । ତେଣୁ ରାଜ୍ୟ ସରକାର ଦାବି ପୂରଣ ନକଲେ ଆସନ୍ତା ୨୪ରୁ ଜିଲ୍ଳାବ୍ୟାପୀ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଯଦି ସରକାର ଦାବି ନମାନିବେ ଶେଷରେ ସାଢେ ୩ ଲକ୍ଷ କଳାକାର ରାଜ୍ୟ ଛାଡିବେ ବୋଲି କହିଛନ୍ତି ।