ଟିମ ଇଣ୍ଡିଆର ଆଶାରେ ପଶିଲା ପାଣି: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ବୁମରା 

357

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସେ ଦଳକୁ ଫେରିଥିଲେ । ପରେ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଆଘାତ କାରଣରୁ ସେ ପୁଣି ବିଶ୍ରାମ ନେଇଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଥିଲା । ସେପଟେ ବିଶ୍ୱକପରେ ବୁମରାଙ୍କ ସ୍ଥାନରେ କିଏ ଦଳରେ ସ୍ଥାନ ପାଇବେ ସେନେଇ ଖୁବଶୀଘ୍ର ଘୋଷଣା କରାଯିବ ।

ବୁମରା ଟି-୨୦ ବିଶ୍ୱକପରୁ ବାଦ ପଡିସାରିଛନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ କିନ୍ତୁ କହିଥିଲେ କି, ଶେଷ ସମୟ ଯାଏଁ ଆମେ ଅପେକ୍ଷା କରିବୁ ବୁମରା ଠିକ ହେଲେ ଦଳରେ ସେ ସାମିଲ ହେବେ । ସେଥିପାଇଁ ମେଡିକାଲ ଟିମ ମଧ୍ୟ ତାଙ୍କ ଯାଞ୍ଚ କରୁଥିଲା । ହେଲେ ଏବେ ସେ ଆଶାରେ ପାଣି ପଶିଯାଇଛି । ବୁମରା ବାଦ ପଡିଥିବା ନେଇ ବିସିସିଆଇ ନିଜେ ଏବେ ଟ୍ୱିଟ କରପ୍ସ୍ଷ୍ଟ କରିଛି ।