ସହରାଂଚଳ ଓ ଗ୍ରାମାଂଚଳରେ ଜନସଂଖ୍ୟା ଅନୁପାତ ସମାନତା ପାଇଁ ଜାପାନ ସରକାରଙ୍କ ବଡ ଘୋଷଣା । ରାଜଧାନୀ ଟୋକିଓ ଛାଡି ଗ୍ରାମୀଣ ଇଲାକାକୁ ସ୍ଥାନାନ୍ତର ହେଲେ ପରିବାରର ପ୍ରତି ସନ୍ତାନ ପିଛା ମିଳିବ ୧୦ଲକ୍ଷ ଟଙ୍କା

116

କନକ ବ୍ୟୁରୋ : ଜାପାନର ରାଜଧାନୀ ଟୋକିଓରେ ଅସମ୍ଭାଳ ହେଲାଣି ଜନସଂଖ୍ୟା ବୃଦ୍ଧି । ଜନସଂଖ୍ୟା ବିସ୍ଫୋରଣକ ଜାପାନ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିଭଳି ରୋକାଯିବ ଜନସଂଖ୍ୟା ଏହା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ଜାପାନ ସରକାର । ଟୋକିଓ ଛାଡି ଯିବା ବଦଳରେ ୧୦ଲକ୍ଷ ଟଙ୍କାର ଦିଆଯିବ ବୋଲି ଜାପାନ ସରକାର ଘୋଷଣା କରିଛନ୍ତି   । ପ୍ରତ୍ୟେକ ପରିବାର ସନ୍ତାନଙ୍କ ମୁଣ୍ଡ ପିଛା ୧୦ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଛି ।

ଟୋକିଓରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସେପଟେ ଗ୍ରାମୀଣ ଇଲାକାରେ ଜନସଂଖ୍ୟା କମ ରହିଛି । ତେଣୁ ସମାନ ଅନୁପାତରେ ଜନବସତି କରିବା ଲକ୍ଷ୍ୟ ରଖିଛନ୍ତି ଜାପାନ ସରକାର । ୨୦୨୭ ଟୋକିଓରୁ ୧୦ଲକ୍ଷ ଲୋକ ଗ୍ରାମୀଣ ଇଲାକାକୁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି । ଜାପାନ ସରକାର ଏକଥା ମଧ୍ୟ କହିଛନ୍ତି କି ଯଦି ଆବଶ୍ୟକ ପଡେ ତେବେ ସ୍ଥାନାନ୍ତିରିତ ଲୋକଙ୍କୁ ବ୍ୟବସାୟ ପାଇଁ ମଧ୍ୟ ଧନରାଶି ଦିଆଯିବ । ତେବେ ସରକାର ଏହି ନୂଆ ନିୟମ ପାଇଁ କିଛି ସର୍ତ ମଧ୍ୟ ରଖିଛନ୍ତି । ଗ୍ରାମୀଣ ଇଲାକାରେ ସ୍ଥାନାନ୍ତର ହେଲେ ଅତିକମରେ ୫ବର୍ଷ ରହିବାକୁ ପଡିବ । ପରିବାର ଅତି କମରେ ଜଣଙ୍କୁ ଚାକିରି ଓ ଜଣଙ୍କୁ ବ୍ୟବସାୟ କରିବାକୁ ହେବ । ପାଂଚବର୍ଷ ପୂର୍ବରୁ ଯଦି ଗ୍ରାମୀଣ ଇଲାକାର ଛାଡିବେ ତେବେ ସରକାରଙ୍କୁ ସମସ୍ତ ଅର୍ଥ ଫେରାଇବାକୁ ହେବ ।