ଯେତେବେଳେ ଜିମୁତଙ୍କ କଥା ଶୁଣିଥିଲେ ଜାନକୀ : ଜି. ଉଦୟଗିରିରେ ଜଣେ ଅଭିଯୁକ୍ତଙ୍କୁ ଜାଳିଦେବା ଘଟଣାରେ ଜିମୁତ ମଙ୍ଗରାଜଙ୍କ ପରାମର୍ଶକୁ ଗ୍ରହଣ କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ

172

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ଦେହାନ୍ତ ପରେ ତାଙ୍କ ଜୀବନର ଅନେକ ସ୍ମୃତି ପୁଣି ଥରେ ଜୀବନ୍ତ ହୋଇ ଉଠିଛି । ଏଭଳି ଏକ ଘଟଣା ସାମନାକୁ ଆସିଛି ଯେଉଁଥିରେ ଜୀମୁତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପରାମର୍ଶକୁ ଗ୍ରହଣ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଳ୍ଲଭ ପଟ୍ଟନାୟକ ।

ଜି-ଉଦୟଗିରି ଥାନାରେ ଏକ ଘଟଣାରେ କିଛି ଅଭିୟୁକ୍ତଙ୍କୁ ପୋଲିସ ଗିରଫ କରି ହାଜତରେ ରଖିଥିଲା । ଉତ୍ୟକ୍ତ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ହାଜତରୁ ଥାନା ବାହାରକୁ ଆଣି ଜୀବନ୍ତ ଜାଳି ଦେଲେ । ହାଜତ ମୃତ୍ୟୁ ଭଳି ଏକ ସଂବେଦନଶୀଳ ଘଟଣାରେ ଚାପରେ ଥିଲା ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା ଘଟଣା । ବିଧାନସଭା ଚାଲିଥିବାରୁ ସରକାରଙ୍କୁ ଅଡୁଆରେ ପକାଇଲେ ବିରୋଧ । ଘଟଣାକୁ ନେଇ ବିଶ୍ୱ ଦରବାରରେ ଚର୍ଚ୍ଚା ହେଲା । ଏହି ସମୟରେ ଜିଲ୍ଲାପାଳ ଓ ଏସପିଙ୍କୁ ସସ୍ପେଣ୍ଡ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଜୀମୁତ ।

ସେତେବେଳେ ଜାନକୀ ତାଙ୍କ କଥାରେ ଅମଙ୍ଗ ହୋଇଥିଲେ । ବିଧାନସଭାରେ ବିରୋଧୀ ଏହାକୁ ପ୍ରସଂଗ କରି ସରକାରଙ୍କୁ ଘେରିବେ ବୋଲି ଜିମୁତ ଜାନକୀଙ୍କୁ ଚେତାଇ ଦେଇଥିଲେ । କିନ୍ତୁ ପରଦିନ ରାତି ଦୁଇଟା ସମୟରେ ତାଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନେଇଥିବା ଫୋନ୍ କରି ଜଣାଇଥିଲେ, ଜାବନୀ ବଲ୍ଲଭ ପଟ୍ଟନାୟକ । ଆଉ ଏହାକୁ ଖବର କରିବା ପାଇଁ କହିଥିଲେ ବୋଲି ସାକ୍ଷତକାରରେ ସୂଚନା ଦେଇଥିଲେ ଜିମୁତ ମଙ୍ଗରାଜ ।