ଜମ୍ମୁ-କାଶ୍ମୀରର ଜୋଜିଲା ପାସୱେରେ ଫସିଲା ଯବାନଙ୍କ ଗାଡି : ବରଫ ହଟାଇବା ପରେ ମୁକୁଳିଲେ ଯବାନ

ଉଦ୍ଧାର ପାଇଁ ଦୀର୍ଘ ସମୟ ଧରି ଚାଲିଲା କସରତ !

108

କନକ ବ୍ୟୁରୋ : ବରଫରେ ଫଶିଲା ଯବାନଙ୍କ ଗାଡି । ପ୍ରବଳ ବରଫପାତ ଭିତରେ ଦୀର୍ଘ ସମୟ ଧରି ଯବାନଙ୍କ ଗାଡି ଫଶିରହିଲା । ଜମ୍ମୁକାଶ୍ମୀର ଜୋଜିଲା ପାସରେ ପୁଲିସ କର୍ମଚାରୀଙ୍କ ଗାଡି ଫଶିରହିଥିବାର ଦୃଶ୍ୟ ସାମ୍ନାକୁୂ ଆସିଛି । ଗାଡିକୁ ଉଦ୍ଧାର କରିବା ପାଇଁ ଘଂଟା ଘଂଟା ଧରି କସରତ କରିବାକୁ ପଡିଛି ଯବାନଙ୍କୁ । ସୋନମାର୍ଗ ପୁଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର ଓ ତାଙ୍କ ଟିମ ଶ୍ରୀନଗର-କାର୍ଗିଲ ହଇୱେରେ ଗତକାଲି ସଂଧ୍ୟାରେ ଫଶିଯାଇଥିଲେ ।

ପ୍ରବଳ ତୁଷାରପାତ୍ ଓ ଭୂସ୍ଖଳନ ଯୋଗୁଁ ସେମାନେ ବାହାରକୁ ଆସିପାରିନଥିଲେ । ଗଡି ସହ ଗାଡି ଭିତରେ ଫଶିରହିଥିବା ପୁଲିସ ଅଫିସରଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ କସରତ କରିଥିଲେ । ଗାଡି ସମ୍ମୁଖରୁ ବରଫ ହଟାଇବା ସହ ପଛରୁ ଦକ୍କା ଦେବା ପରେ ବହୁ କଷ୍ଟରେ ଗାଡିଟି ପଦାକୁ ବାହାରିଥିଲା । ଏବଂ ଫଶିରହିଥିବା ସମସ୍ତ ପୁଲିସ କର୍ମଚାରୀ ସୁରକ୍ଷିତ ଉଦ୍ଧାର ହୋଇଥିଲେ ।