କନକ ମୃତ୍ୟୁ : ନାଚୁ ନାଚୁ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ନିଜ ଜନ୍ମଦିନ ପାର୍ଟିରେ ନାଚୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାର ମାତ୍ର କିଛିଦିନ ପରେ ମୈନପୁରୀରେ ଜଣେ ବ୍ୟକ୍ତି ଏକ ଷ୍ଟେଜରେ ହନୁମାନ ସାଜି ନାଚୁଥିବା ବେଳେ ବି ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ଖବର ଆସିଛି ଜାମ୍ମୁ-କାଶ୍ମୀରରୁ । ଜଣେ ପୁରୁଷ ନିଜକୁ ପାର୍ବତୀଙ୍କ ବେଶରେ ସଜେଇ ଷ୍ଟେଜରେ ନାଚୁଥିବା ବେଳେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଛି ।

Advertisment

ସୂଚନା ମୁତାବକ ମଙ୍ଗଳବାର ଦିନ ଜମ୍ମୁର ବିଷ୍ଣୌଇ ତହସିଲରେ ଜାଗରଣର ଆୟୋଜନ କରାଯାଇଥିଲା । ଏହି କ୍ରମରେ ଯୋଗେଶ ଗୁପ୍ତା ନାମକ ଜଣେ ପୁୁରୁଷ ନିଜକୁ ପାର୍ବତୀ ବେଶରେ ସଜେଇ ହୋଇ ଷ୍ଟେରେ ନାଚୁଥିଲେ । ଅନେକ ସମୟ ଧରି ନାଚିବା ପରେ ସେ ହଠାତ ଷ୍ଟେଜରେ ପଡିଯାଇଥିଲେ । ହେଲେ କିଛି ସମୟ ପର୍ଯ୍ୟନ୍ତ ସେ ନ ଉଠିବାରୁ ଦର୍ଶକଙ୍କ ମନରେ ସନ୍ଦେହ ହୋଇଥିଲା । ଏହାପରେ ସେଠାରେ ଥିବା ଦର୍ଶକମାନେ ଯୋଗେଶଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର କହିଥିଲେ କି ହୃଦଘାତ କାରଣରୁ ଯୋଗେଶଙ୍କର ମୃତ୍ୟୁ ହୋଇଛି ।