ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ! ସୋପିୟାଁରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇଲା ସେନା ।

85

ଜାମ୍ମୁ-କାଶ୍ମୀରର ସୋପିୟାଁରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଭୀଷଣ ଗୁଳିବର୍ଷଣ ହୋଇଛି । ସୋପିୟାଁରେ ଶନିବାର ସକାଳୁ ହୋଇଥିବା ଏହି ଗୁଳିବିନିମୟରେ ସୁରକ୍ଷାବଳ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇଛନ୍ତି । ଏହି ଦୁଇ ଆତଙ୍କବାଦୀ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ । ବିବରଣୀ ଅନୁସାରେ , ଦକ୍ଷିଣ କାଶ୍ମୀରର ସୋପିୟାଁର ବୋନା ବଜାରରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚିଥିବାର ଖବର ମିଳିଥିଲା । ଖବର ପାଇବା କ୍ଷଣି ସୁରକ୍ଷାବଳ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରି ଯାଇଥିଲେ । ଆତଙ୍କବାଦୀମାନେ ଗୋଟିଏ ଘରେ ଲୁଚିଥିଲେ ଏବଂ ସୁରକ୍ଷାବଳ ଆସୁଥିବା ଦେଖି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷାବଳ ମଧ୍ୟ ଓଲଟା ଆକ୍ରମଣ କରି ଏହାର ମୁହଁଭଙ୍ଗା ଜବାବ୍ ଦେଇଥିଲେ । ଉକ୍ତ ସ୍ଥାନରେ ଏବେ ସୁରକ୍ଷାକୁ ଖୁବ୍ କଡାକଡି କରାଯାଇଛି । ଦୁଇପଟୁ ଘମାଘୋଟ୍ ଫାୟାରିଙ୍ଗ୍ ମଧ୍ୟ ଚାଲୁ ରହିଛି ।

ଏହା ପୂର୍ବରୁ ଜୁଲାଇ ୧୭ ତାରିଖରେ ଜାମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରେ ମଧ୍ୟ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଜଣେ ଆତଙ୍କବାଦୀ ମଧ୍ୟ ସୁରକ୍ଷାବଳଙ୍କ ଗୁଳିରେ ପ୍ରାଣ ହରାଇଥିଲା । ସହରର ବର୍ହିଭାଗରେ ଅର୍ଥାତ୍ ଗୁନ୍ଦ ବ୍ରାଥ୍ କ୍ଷେତ୍ରରେ ଏହି ଘଟଣା ଘଟିଥିଲା ।