ଜମ୍ମୁ-କାଶ୍ମୀରରେ ଓଡିଆ ଆଇପିଏସ ଅଫିସର ସସପେଣ୍ଡ । ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ଆଇପିଏସ ବସନ୍ତ ରଥ ନିଲମ୍ବିତ

13,864

କନକ ବ୍ୟୁରୋ: ଆଇପିଏସ ବସନ୍ତ ରଥ ସସପେଣ୍ଡ । ଜମ୍ମୁ-କାଶ୍ମୀରରେ ଅବସ୍ଥାପିତ ଓଡିଆ ଆଇପିଏସ ଅଫିସର ବସନ୍ତ ରଥ ନିଲମ୍ବିତ । ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ସସପେଣ୍ଡ ହେଲେ ଓଡିଆ ଆଇପିଏସ ଅଫିସର । ତେବେ ନିଲମ୍ବିତ ଅବଧିରେ ଜମ୍ମୁ-କାଶ୍ମୀରରେ ରହିବେ ବସନ୍ତ । ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ । ଅଶୋଭନୀୟ ଆଚରଣ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଳାୟ ନେଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

ତେବେ ଇଏ ସେହି ଓଡିଆ ଆଇପିଏସ ଅଫିସର ଯିଏ ଜମ୍ମୁ କଶ୍ମୀରରେ ନିଜ ପରିଚୟ ସୃଷ୍ଟି କରିପାରିଥିଲେ । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ସେ ସାଜିଥିଲେ ଦବଙ୍ଗ ଅଫିସର । ତେବେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକେ ବସନ୍ତଙ୍କ ନାଁ ଶୁଣିଲେ ଛାନିଆ ହେଉଥିଲେ । ଲୋକଙ୍କ ଆଖିରେ ସିଙ୍ଘମ ସାଜିଥିବା ବସନ୍ତ ଜମ୍ମୁକାଶ୍ମୀରରେ ସବୁବେଳେ ଚର୍ଚ୍ଚାରେରହି ଆସିଛନ୍ତି । କିଛି ଦିନ ତଳେ ଜମ୍ମୁ କାଶ୍ମୀରର ପାଠ ପଢି ପାରୁନଥିବା ପିଲାଙ୍କୁ ବହି ଦାନ କରି ନିଜ ବଡପଣ ଦେଖାଇଥିଲେ ବସନ୍ତ । ଆଉ ଏବେ ଅଶୋଭନୀୟ ଆଚରଣ ପାଇଁ ତାଙ୍କ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରଳାୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।