କନକ ବ୍ୟୁରୋ: ଦେହରେ ଗୁଳିବାଜିଲା, ଗୋଡ ଭାଙ୍ଗିଲା କିନ୍ତୁ ଆତଙ୍କୀଙ୍କୁ ଛାଡିନଥିଲା । ମୃତ୍ୟୁ ସହ ଅନେକ ଘଣ୍ଟାର ଲଢେଇ ପରେ ସାହାସୀ ଜୁମ ଶେଷରେ ହାରିଯାଇଛି । ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଲଢେଇରେ ସାହାସୀ ସେନାର କୁକୁର ଜୁମର ମୃତ୍ୟୁ ହୋଇଛି । ୪ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ଆଜି ଦିନ ୧୨ଟାରେ ତାର ମୃତ୍ୟୁ ହୋଇଛି ।
#UPDATE | Army dog Zoom, under treatment at 54 AFVH (Advance Field Veterinary Hospital ), passed away around 12 noon today. He was responding well till around 11:45 am when he suddenly started gasping & collapsed: Army officials
He had received 2 gunshot injuries in an op in J&K pic.twitter.com/AaEdKYEhSh
— ANI (@ANI) October 13, 2022
ଅକ୍ଟୋବର ୧୦ରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ଜୁମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଶ୍ରୀନଗରର ଡାକ୍ତରଖାନାରେ ଜୁମର ଚିକିତ୍ସା ଚାଲିଥିବା ବେଳେ ୧୧.୪୫ରେ ସେ ପ୍ରତିକ୍ରିୟାଶୀଳ ଥିଲା । ଆଶା କରାଯାଉଥିଲା ଯେ ସେ ପୁଣି ଥରେ ସୁସ୍ଥ ହୋଇଯିବ । ତେବେ ହଠାତ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଜୀବନ ଚାଲିଯାଇଥିଲା । ଦୁଇଟି ଗୁଳି ଲାଗିବା ସହ ଗୋଡ ଭାଙ୍ଗିବା ପରେ ଗୁରୁତର ହୋଇଥିଲା ଜୁମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/zoom.jpg)