ଅସରଦ ମଦନୀଙ୍କ ବୟାନକୁ ନେଇ ଜମିୟତ ଅଲେମା ମଞ୍ଚରେ ହଟ୍ଟଗୋଳ, ଜାଣନ୍ତୁ ଭଗବାନଙ୍କୁ ନେଇ କଣ କହିଛନ୍ତି ମଦନୀ

334

କନକ ବ୍ୟୁରୋ : ଦିଲ୍ଲୀର ରାମଲୀଳା ମୈଦାନରେ ଚାଲିଥିବା ଅଲେମା-ଏ-ହିନ୍ଦ୍ ଅଧିବେଶନରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ମୌଲାନା ମହମୁଦ ମଦନୀ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ସମାଲୋଚନା କରି କହିଛନ୍ତି କି ଆଲ୍ଲାହ ଓ ଓମ୍ ଏକ ଅଟନ୍ତି । ଏହାକୁ ନେଇ ଜୈନଗୁରୁ ଲୋକେଶ ମୁନି ଅଭିଯୋଗ କରିଥିଲେ । ଏହାପରେ ଜୈନ ଓ ଅନ୍ୟ ଧର୍ମଗୁରୁମାନେ ମଞ୍ଚ ଛାଡି ତଳକୁ ଚାଲିଯାଇଥିଲେ ।

ଜମିୟତ ଆଲେମା-ଏ-ହିନ୍ଦର ୩୪ତମ ଅଧିବେଶନରେ ମୌଲନା ଅସରଦ ମଦନୀ କହିଛନ୍ତି କି, ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ବୟାନ ଭୁଲ ଥିଲା । ମଦନୀଙ୍କ ମତରେ ମୁସଲମାନମାନେ ସବୁଠୁ ଆଗରେ ଭାରତରେ ଜନ୍ମଗ୍ରହଣ କରିଥିଲେ ତେଣୁ ସବୁ ମୁସଲମାନ ପ୍ରଥମରୁ ହିନ୍ଦୁ ଥିବା କଥା ମୋହନ ଭାଗବତଙ୍କ ବୟାନ ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବା ଉର୍ଦ୍ଦେଶ୍ୟରେ କୁହାଯାଇଛି ବୋଲି ମଦନୀ କହିଛନ୍ତି । ଏହାକୁ ନେଇ ଅନ୍ୟ ଧର୍ମଗୁରୁମାନେ ଅଭିଯୋଗ କରିଥିଲେ କି ଦେଶର ଏକତାକୁ ବଜାୟ ରଖିବାକୁ କରାଯାଉଥିବା ଏହି ଅଧିବେଶନରେ ମଦନୀଙ୍କ ଏଭଳି ବୟାନ ଶୋଭନୀୟ ନୁହେଁ ।

ଏହା ପୂର୍ବରୁ ମଦନୀ ତାଙ୍କ ଭାଷଣରେ କହିଥିଲେ କି ତାଙ୍କର ଆରଏସଏସ ସହ କୌଣସି ଶତୃତା ନାହିଁ । ହେଲେ ଧର୍ମ ଆଧାରରେ କୌଣସି ଭେଦଭାବ କରାନଯିବାକୁ ସେ ଗୁରୁତ୍ୱ ଦେଇଥିଲେ । ଏହାସହ ଆରଏସଏସ ସଂସ୍ଥାପକଙ୍କ ବହି ‘ବଞ୍ଚ୍ ଅଫ୍ ଥଟସ’କୁ ନେଇ ମଦନୀ ଅଭିଯୋଗ କରିଛନ୍ତି ।

ସେପଟେ ଜମିୟତ ଆଲେମା-ଏ-ହିନ୍ଦର ଅଧିବେଶନରେ ଅନେକଗୁଡିଏ ପ୍ରସ୍ତାବ ପାରିତ ହୋଇଛି । ଏହି ଅଧିବେଶନରେ ଦେଶର ଏକତା, ଅଖଣ୍ଡତା ସହିତ ଧାର୍ମିକ ଭାଇଚାରାକୁ ମଜବୁତ କରିବାକୁ ଏକ ପ୍ରସ୍ତାବ ପାରିତ ହୋଇଛି । ୟୁନିଫର୍ମ ସିବିଲ କୋର୍ଡ ଓ ଘୃଣା ସୃଷ୍ଟିକାରୀ ଅଭିଯାନ ବିରୋଧରେ ମଧ୍ୟ ଆଲୋଚନା ହୋଇଥିଲା ।