ଯାଜପୁର ଭରତପୁର ପୋଲିସ ଗାଡି ପୋଡି ଘଟଣାରେ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ । ଗତକାଲି ଗୋଷ୍ଠୀ  ସଂଘର୍ଷରୁ ୨ଟି ପୋଲିସ ଗାଡି ପୋଡି ଦେଇଥିଲେ ଲୋକ 

134
କନକ ବ୍ୟୁରୋ :  ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଭରତପୁର ଅଂଚଳରେ ପୁଲିସ ଗାଡି ପୋଡି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗତକାଲି ବିଳମ୍ବିତ ରାତିରେ ପୋଲିସ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ପୋଲିସ ରାତି ଅଧରେ ଗାଁରେ ପଶି ନିରୀହ ଲୋକଙ୍କୁ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାକୁ ନେଇ ପୋଲିସ ବିରୋଧରେ ଅଶନ୍ତୋଷ ରହିଛି । ଗତକାଲି ଭରତପୁର ପଂଚାୟତରେ କୌଣସି କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୁଲିସ ଘଟଣାସ୍ଥଳକୁ ଅନୁଧ୍ୟାନ ପାଇଁ ଯାଇଥିବାବେଳେ ଗୋଟିଏ ଗୋଷ୍ଠୀ ୨ଟି  ପୁଲିସ ଗାଡିରେ ନିଆଁ ଲଗାଇଦେଇଥିଲେ । ନିଆଁ ଲଗାଇଥିବା ଗୋଷ୍ଠୀଙ୍କ ଅଭିଯୋଗ ହେଲା,  ପୁଲିସ ଅନ୍ୟ ଗୋଷ୍ଠୀକୁ ସମର୍ଥନ କରୁଛି ।  ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବାରୁ  ୩ ପ୍ଲାଟୁନ ପୁଲିସ ଫୋର୍ସ ଏବେ ବି ଗାଁରେ ରହିଛନ୍ତି ।