ଆଉ ବଚିଂପାରିବନି ଜୈସ୍ –ଏ- ମହମ୍ମଦ ମୁଖ୍ୟ ମସୁଦ୍ ଅଜହର ! UNSC ରେ ଏହି ୧୦ ଟି ପ୍ରମାଣ ରଖିବ ଭାରତ ।

235

ଜୈସ୍ –ଏ- ମହମ୍ମଦ ମୁଖ୍ୟ ମସୁଦ୍ ଅଜହରକୁ ବିଶ୍ୱସ୍ତରରେ ଆତଙ୍କବାଦୀ ଘୋଷଣା କରିବା ପାଇଁ ଭାରତ ଏଥର ସମ୍ପୁର୍ଣ୍ଣ ପ୍ରସ୍ତୁତ କରିସାରିଛି । ପୂର୍ବରୁ ଅନେକ ଥର ଏଭଳି ହୋଇଛି ଯେଉଁଥିରେ ଚୀନ୍ ପ୍ରମାଣ ନ ଥିବା କଥା କହି ନିଜର ଭିଟୋ ପାୱାର ବ୍ୟବହାର କରି ମସୁଦ୍ ଅଜହର ପକ୍ଷରେ କହିଥାଏ କିନ୍ତୁ ଏବେ ଏହିଭଳି କିଛି କରିବା ଚୀନ୍ ପାଇଁ ସହଜ ହୋଇପାରିବ ନାହିଁ । କାରଣ ଭାରତ ଟଘଝଉ ରେ ଏଭଳି ଅନେକ କିଛି ପ୍ରମାଣ ରଖିବାକୁ ଯାଉଛି ଯାହା ମସୁଦ୍ ଅଜହରର ଚିନ୍ତା ବଢାଇବ । ଜାଣନ୍ତୁ ଭାରତ UNSC ରେ କେଉଁ କେଉଁ ପ୍ରମାଣକୁ ଦେବାକୁ ଯାଉଛି ।

୧ . ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜୈସ୍ –ଏ- ମହମ୍ମଦ ମୁଖ୍ୟ ମୌଲାନା ମସୁଦ୍ ଅଜହରର ସେହି ଭାଷଣକୁ ପ୍ରଦାନ କରାଯିବ ଯେଉଁଥିରେ ସେ ପୁଲୱାମା ଆକ୍ରମଣକାରୀ ଆଦିଲ୍ ଅହମ୍ମଦ ଡାରର ପ୍ର୍ରଶଂସା କରୁଥିବାର ଦେଖାଯାଇଛି ।

୨ . ଏହାଛଡା ଅଲ କଲାମରେ ଛପିଥିବା ଏହି ଲେଖକୁ ମଧ୍ୟ ପ୍ରଦର୍ଶନ କରାଯିବ ଯେଉଁଥିରେ ମସୁଦ୍ ଅଜହରର ଭାଇ ଅବଦୁଲ୍ ରଉଫ୍ ଏବଂ ସଳା ୟୁସୁଫ୍ ଅଜହରକୁ ବାଲାକୋଟ୍ କ୍ୟାମ୍ପ୍ ରେ ଥିବା କୁହାଯାଇଛି । ବାଲାକୋଟ୍ କ୍ୟାମ୍ପକୁ ହିଁ ଭାରତ ତରଫରୁ ଏୟାରଷ୍ଟ୍ରାଇକ୍ କରି ଉଡାଇ ଦିଆଯାଇଥିଲା ।

୩ . ମସୁଦ୍ ଅଜହର ଭାଷଣର ଅଡିଓ , ଭିଡିଓ କ୍ଲିପ୍ କୁ ମଧ୍ୟ ପ୍ରମାଣ ସ୍ୱରୁପ ଦିଆଯିବ । ଏହି ଭିଡିଓରେ ମସୁଦ୍ ବାଲାକୋଟ୍ ରେ ଆସିଥିବା ନୂଆ ଆତଙ୍କବାଦୀଙ୍କୁ ଭଡକାଇଲା ଭଳି ଭାଷଣ ଦେଉଛି ।

୪ . ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଡୋଜିୟର୍ ମଧ୍ୟ ପ୍ରଦାନ କରାଯିବ । ଯେଉଁଥିରେ ପ୍ରମାଣ ରହିଛି ଯେ ଜୈସ୍ –ଏ- ମହମ୍ମଦ ଆକ୍ରମଣ ପାଇଁ ପାକିସ୍ତାନରେ ହିଁ ପ୍ଲାନ୍ କରୁଥିଲା ।

୫ . ଏହା ପୂର୍ବରୁ ମଧ୍ୟ ଗୋଟିଏ ଡୋଜିୟର୍ ସଂଯୁକ୍ତ ରାଷ୍ଟ୍ର ଏବଂ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି । ଏଥିରୁ ଜଣାପଡୁଛି କି ଏହାପୂର୍ବରୁ ମଧ୍ୟ ଭାରତ ଏ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଅପିଲ୍ କରିଥିଲା ।

୬ . ଗୋଟିଏ ଭିଡିଓ ଜାରୀ କରାଯାଇଛି ଯେଉଁଥିରେ ଆଦିଲ୍ ପୁଲୱାମା ଆକ୍ରମଣ ଉପରେ କହୁଥିବା ଏବଂ ଏଥିରେ ଜୈସ୍ –ଏ- ମହମ୍ମଦର ହାତ ଥିବା କଥା କହୁଛି ।

୭ . ଜୈସ୍ –ଏ- ମହମ୍ମଦ କମାଣ୍ଡର କାମରାନ୍ ର ଫୋନ୍ ଇଣ୍ଟରସ୍ପେଶ୍ ପ୍ରମାଣ ଦିଆଯିବ ।

୮ . ପୁଲୱାମା ଆକ୍ରମଣରେ ସଜ୍ଜାଦ୍ ଭଟ୍ଟ ନାମକ ବ୍ୟକ୍ତିର ଗାଡି ବ୍ୟବହାର ହୋଇଥିଲା ତାହାର ବିବରଣୀ ମଧ୍ୟ ଦିଆଯାଇଛି । ସେ ମଧ୍ୟ ଜୈସ୍ ଆତଙ୍କବାଦୀ ମଧ୍ୟରୁ ଗୋଟିଏ ।

୯ . ସଜ୍ଜାଦ୍ ଭଟ୍ଟର ଏକ ପୋଷ୍ଟର ମଧ୍ୟ ଦିଆଯାଇଛି ଯେଉଁଥିରେ ସେ ଯୁବକମାନଙ୍କୁ ଜୈସ୍ ସହ ଜଡିତ ହେବା ପାଇଁ ଅପିଲ୍ କରୁଛନ୍ତି ।

୧୦ . ଜୈସ୍ –ଏ- ମହମ୍ମଦ କିଭଳି ପୁଲୱାମା ଆକ୍ରମଣର ଯୋଜନା ପ୍ରସ୍ତୁତ କଲା ଏବଂ ଏହାର କେଉଁଠାରେ ଆତଙ୍କୀ ଅଡଡା ରହିଛି ଏହି ସବୁ କଥା UNSC ର ଡୋଜିୟର୍ ରେ ଦିଆଯିବ ।