ଜୀବନ ଯୁଦ୍ଧରେ ହାରିଗଲେ ଜୟପୁରର ଗଣଦୁଷ୍କର୍ମ ପୀଡିତା ।  ଦୋଷିକୁ ମିଳୁ ଦୁଷ୍ଟାନ୍ତ ଜନକ ଦଣ୍ଡ । 

ବଳାକ୍ରାରର ଶିକାର ହୋଇ ଜୀବନ ସହ ସଂଘର୍ଷ କରୁଥିବା ମହିଳା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟରେ ପ୍ରାଣ ହରାଇଛନ୍ତି ।

203

କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ଜୟପୁରର ଗଣଦୁଷ୍କର୍ମ ପୀଡିତା । ବଳାକ୍ରାରର ଶିକାର ହୋଇ ଜୀବନ ସହ ସଂଘର୍ଷ କରୁଥିବା ମହିଳା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟରେ ପ୍ରାଣ ହରାଇଛନ୍ତି । ବେସାହାରା ହୋଇଯାଇଛନ୍ତି ପୀଡିତାଙ୍କ ଭିନ୍ନକ୍ଷମ ସ୍ୱାମୀ, କୁନି ପୁଅ ଓ ଝିଅ । ସେପଟେ ଅମାନୁଷିକ କାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ସହ ଏବେ ହତ୍ୟା ଅଭିଯୋଗ ଲାଗିବ ।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଘରେ ଏକାକୀ ଥିବାର ସୁଯୋଗ ନେଇ ସେହି ଗାଁର ଏହି ଦୁଇ ମଦ୍ୟପ ଯୁବକ ଦିନତମାମ ମହିଳାଜଣଙ୍କୁ ଗଣଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଜୟପୁର ମେଡିକାଲରେ ଭର୍ତି କରାଯାଇଥିଲା । ତାପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତ କମଳ ଲୋଚନ ଦଣ୍ଡସେନା ଓ ରମେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ବର୍ତମାନ ପୀଡିତାଙ୍କ ମୃତ୍ୟୁ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ସହ ହତ୍ୟା ମାମଲା ଯୋଡି ହେବ ବୋଲି କହିଛନ୍ତିି ପୋଲିସ୍ ଅଧିକାରୀ । ତେବେ ମହିଳା ଜଣକ ପ୍ରାୟ ୧୫ ଦିନ କୋରାପୁଟର ଏସଏଲଏନ୍ ମେଡିକାଲ କଲେଜରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶବ ବ୍ୟବଛେଦ ପରେ  ମୃତ ଦେହକୁ ପରିବାର ଲୋକଙ୍କୁ ପୁଲିସ୍ ହସ୍ତାନ୍ତର କରିଛି  ।