କୋରାପୁଟରେ କଳି, ରାଜଧାନୀରେ ଶକ୍ତି ପ୍ରଦର୍ଶନ । କଂଗ୍ରେସ ଭବନରେ ତାରା ଓ ମୀନାକ୍ଷୀଙ୍କ ସପକ୍ଷରେ କୋରାପୁଟ କଂଗ୍ରେସର ନେତା ଓ କର୍ମୀ ।

ସମର୍ଥକଙ୍କୁ ସହ ପିସିସି ସଭାପତିଙ୍କୁ ଭେଟିଲେ ଜୟପୁର ବିଧାୟକ

160

କନକ ବ୍ୟୁରୋ: ରାଜଧାନୀରେ କୋରାପୁଟ କଳି । କଂଗ୍ରେସ ଭବନରେ ତାରାଙ୍କ ଶକ୍ତି ପ୍ରଦର୍ଶନ । କୋରାପୁଟ କଂଗ୍ରେସର ଶତାଧିକ ଦଳୀୟ ନେତା ଓ କର୍ମୀଙ୍କୁ ଗହଣରେ ଯାଇ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଧାୟକ ତାରା ବାହିନୀପତି । ପିସିସି ସଭାପତିଙ୍କୁ ଭେଟି ପୁର୍ନବାର ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ସେ ଦାବି କରିଛନ୍ତି ।

  • ରାଜଧାନୀରେ କୋରାପୁଟ କଳି
  • କଂଗ୍ରେସ ଭବନରେ ତାରାଙ୍କ ଶକ୍ତି ପ୍ରଦର୍ଶନ

କୋରାପୁଟ କଂଗ୍ରେସର ଶତାଧିକ ଦଳୀୟ ନେତା ଓ କର୍ମୀଙ୍କୁ ଗହଣରେ ଯାଇ ଶକ୍ତିପ୍ରଦର୍ଶନ କରିଛନ୍ତି ବିଧାୟକ ତାରା ବାହିନୀପତି । ପିସିସି ସଭାପତିଙ୍କୁ ଭେଟି ପୁର୍ନବାର ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ଦାବି କରିଛନ୍ତି । ତେବେ ଅନେକ ଦିନ ଧରି କୋରାପୁଟ ଜିଲ୍ଲା ସଭାପତି ପଦରେ ତାରାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ଦାୟିତ୍ୱ ତୁଲାଉଛନ୍ତି । ହେଲେ ଖୁବଶୀଘ୍ର ଜିଲ୍ଲା ସଭାପତି ପରିବର୍ତନ ହେବାକୁ ଯାଉଥିବାରୁ, ଏଥର ମୀନାକ୍ଷୀଙ୍କୁ ସଭାପତି ପଦରୁ ହଟାଇ ଦିଆଯାଇପାରେ ବୋଲି ଆଶଙ୍କା କରିଛନ୍ତି ତାଙ୍କ ସମର୍ଥକ ।

ଚର୍ଚ୍ଚା ହେଉଛି, ସାଂସଦ ସପ୍ତଗିରୀ ଉଲାକାଙ୍କ ଗୋଷ୍ଠୀ ତାଙ୍କୁ ବଦଳାଇବାକୁ ଦିଲ୍ଲୀରେ ଲବି କରୁଛନ୍ତି । ମୀନାକ୍ଷୀଙ୍କ ସ୍ଥାନରେ ଉଲ୍ଲାକାଙ୍କ ସମର୍ଥକଙ୍କୁ କୋରାପୁଟ ଜିଲ୍ଲାର ସଭାପତି କରିବାକୁ ସାଂସଦ ଉଦ୍ୟମ ଚଳାଇଛନ୍ତି । ତେବେ ପିସିସି ସଭାପତି କହିଛନ୍ତି, ସମସ୍ତଙ୍କ ପରାମର୍ଶକୁ ଗ୍ରହଣ କରାଯାଉଛି, ଏଥିରେ କୌଣସି ଅସନ୍ତୋଷ ନାହିଁ । ତେବେ କଂଗ୍ରେସର ଦୁଇ ଗୋଷ୍ଠୀ ବିବାଦ ଭିତରେ, କୋରାପୁଟ ରାଜନୀତି କେଉଁ ଦିଗକୁ ଯାଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।