ହକି ବିଶ୍ୱକପ ସଙ୍ଗୀତ ଜୟ ହିନ୍ଦ୍ ଇଣ୍ଡିଆର ପୁରା ଗୀତ ହୋଇଛି ରିଲିଜ୍ : ଭାରତୀୟ ଦଳକୁ ଉତ୍ସାହିତ କରିବ ଏହି ଗୀତ

ହକି ବିଶ୍ୱକପ ପାଇଁ ଏବେ ଚଳଚଂଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର ।

231

କନକ ବ୍ୟୁରୋ : ବିଶ୍ୱକପ ସଙ୍ଗୀତ ଜୟ ହିନ୍ଦ୍ ଇଣ୍ଡିଆର ପୁରା ଗୀତ ରିଲିଜ ହୋଇଛି ।  ଏହି ଝଲକ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି ।  କିଛି ଦିନ ତଳେ ସଙ୍ଗୀତର ପ୍ରଥମ ଝଲକ ଆସିଥିଲା, ଯାହା ବେଶ ଲୋକପ୍ରୟିତା ସାଉଂଟିଥିଲା । ଗୀତରେ ଶାହାରୁଖ ଓ ରେହେମାନ ହକି ଷ୍ଟିକରେ ହୁକ୍ ଷ୍ଟେପ କରୁଥିବା ଦେଖିବାକୁ ମିଳିଛି ।  ଭିଡିଓ ଓ ରେହମାନଙ୍କ ମଧ୍ୟରେ ତାଳମେଳ ବେଶ ସୁନ୍ଦର ହୋଇଛି ।  ବିଶ୍ୱକପ୍ ଅବସରରେ  ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ଏହି ସଙ୍ଗୀତ ନିୟମିତ ବାଜିବ ।  ସଙ୍ଗୀତରେ ଅନ୍ୟ କଳାକାର ବି ଅଭିନୟ କରିଛନ୍ତି ।

ହକି ବିଶ୍ୱକପ ପାଇଁ ଏବେ ଚଳଚଂଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । କଳିଙ୍ଗ ଷ୍ଟାଡିୟମରେ ହକିକୁ ସାରା ବିଶ୍ୱ ପ୍ର୍ରଦର୍ଶନ କରିବାକୁ ଯାଉଛି ଓଡିଶା । ଅପରାହ୍ନ ୫ଟା ୩୦ରେ ବିଶ୍ୱ ହକି ମହାକୁମ୍ଭର ଉଦଘାଟନୀ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଏ ଆର ରେହମାନଙ୍କ ସଂଗୀତ ସହ  ଧକ ଧକ ଗାର୍ଲ ମାଧୁରୀଙ୍କ ନୃତ୍ୟରେ ଝୁମିବେ ଦର୍ଶକ । ପ୍ରାୟ ୧୧ ଶହ ନାମୀଦାମୀ କଳାକାରଙ୍କ ସହ ମାଧୁରୀ ନୃତ୍ୟ ପରିବେଷଣ କରିବେ । ଏହା ସହ ଦର୍ଶକଙ୍କୁ ମତୁଆଲା କରିବେ କିଙ୍ଗ ଖାନ ଶାହାରୁଖ । ବିଶ୍ୱକପ ହକିରେ ୧୬ଟି ଦେଶ ଅଂଶ ଗ୍ରହଣ କରିଛନ୍ତି । ହକି ପାଇଁ  କଳିଙ୍ଗ ଷ୍ଟାଡିୟମକୁ ପୁରା ପୁଲିସ ଛାଉଣି କରାଯାଇଛି । ସେପଟେ ହକି ପାଇଁ ପୁରା ସଜେଇ ହୋଇଯାଇଛି ରାଜଧାନୀ ।