ପାଦରେ ଚାଲି ଚାଲି ନଈ ପାରି ହେଲେ ପୋଲିସ ବାହିନୀ ଓ ଜିଲ୍ଲା ପ୍ରଶାସନ ! ନକ୍ସଲଗଡରେ ଉଡାଇଲେ ତ୍ରିରଙ୍ଗା । 

108

ଛତିଶଗଡର ନକ୍ସଲ ପ୍ରଭାବିତ କିଛି ଅଞ୍ଚଳରେ ଚଳିତଥର ଗଣତନ୍ତ୍ର ଦିବସ ନିଆରା ଅନ୍ଦାଜରେ ପାଳନ କରାଯାଇଛି । ଏଠାରେ ପୋଲିସ ଯବାନମାନେ ନକ୍ସଲ ଅଞ୍ଚଳରେ ତ୍ରିରଙ୍ଗା ଉଡାଇବା ସହ ନକ୍ସଲ ମାନଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି । ଏହା ସହ ସ୍ଥାନୀୟ ଲୋକମାନଙ୍କୁ ସନ୍ଦେଶ ମଧ୍ୟ ଦିଆଯାଇଛି ଯେ, ଲୋକତନ୍ତ୍ର ସହ ଯୋଡି ହୋଇ ବିକାଶ କ୍ଷେତ୍ରରେ ଆଗକୁ ବଢାଯାଇପାରିବ ।

ରାଜ୍ୟର ନକ୍ସଲ ପ୍ରଭାବିତ ବସ୍ତରରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାନୁଆରୀ ୨୬ ତାରିଖରେ ଇନ୍ଦ୍ରବତୀ ନଦୀକୂଳରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ସମୟରେ କିଛି ସ୍ଥାନରେ ପୋଲିସ ଅଧିକାରୀଙ୍କୁ ପାଦରେ ଚାଲି ଚାଲି ନଈ ପାର କରିବାକୁ ମଧ୍ୟ ପଡିଥିଲା । ଏହା ପରେ ଯାଇ ସେମାନେ ନକ୍ସଲ ଗଡରେ ପହଞ୍ଚିଥିଲେ । ତେବେ ଏହି ଅବସରରେ ବସ୍ତର ପୋଲିସ ଏସପି କହିଥିଲେ ଯେ, ୬ ମାସ ପୂର୍ବରୁ ସେହି ଗାଁର ମୁଖିଆଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ । ତେବେ ଇନ୍ଦ୍ରବତୀ ନଦୀରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟବାସୀ ଅନେକ ଦିନରୁ ଦାବି କରିଆସୁଥିବା ବେଳେ, ଏହାକୁ ଭିତ୍ତି କରି ନହୀ କୂଳରେ ଗଣତନ୍ତ୍ର ଦିବସ ପାଳନ କରିଥିଲେ ପୋଲିସ ବାହିନୀ ଏବଂ ଜିଲ୍ଲା ପ୍ରଶାସନ ।