ଜଗତସିଂହପୁରରେ ନୟାଗଡ ଯୁବକ କୃଷ୍ଣଚନ୍ଦ୍ର ଚମ୍ପତିରାୟ ମୃତ୍ୟୁ ମାମଲା ।  ପ୍ରେମିକାକୁ କଟକରୁୁ ଉଠାଇ ନେଲା ପୋଲିସ୍

684

କନକ ବ୍ୟୁରୋ : ଜଗତସିଂହପୁରରେ ନୟାଗଡ ଯୁବକର ମୃତ୍ୟୁ ମାମଲାରେ ପ୍ରେମିକାକୁ କଟକରୁ ଉଠାଇ ନେଲା ପୋଲିସ୍ । ଗତକାଲି ପ୍ରେମିକାର ବାପା ଓ ଦୁଇ ଭଉଣୀଙ୍କୁ ଉଠାଇ ନେଇଥିଲା ପୋଲିିସ୍ । ଯୁବକଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ତାଙ୍କ ପରିବାରର ହାତ ରହିଛି କି ନାହିଁ ସେ ନେଇ ପଚରାଉଚରା କରୁଛି ପୋଲିସ୍ ।

ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଥିବା ବେଳେ ସାମ୍ନାକୁ ଆସିଥିଲା ମୃତ୍ୟୁ ପଛର ପ୍ରେମ ସମ୍ପର୍କର କାହାଣୀ । ଫେସବୁକରେ ଜଣେ ବିବାହିତ ମହିଳାଙ୍କ ପ୍ରେମରେ ପଡିବା ପରେ ନୟାଗଡର ଯୁବକ ଜଗତସିଂହପୁରକୁ ଆସିଥିଲେ ଓ ସେଠାରୁ ତାଙ୍କୁ ଅଧାପୋଡା ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଏବଂ ଏହି ମୃତ୍ୟୁ ପଛରେ ତାଙ୍କ ଫେସବୁକ୍ ମହିଳା ବନ୍ଧୁଙ୍କ ହାତ ରହିଛି ବୋଲି ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ ।