ଜଗତସିଂହପୁରରେ ହିଟ୍ ଆଣ୍ଡ ରନ୍ ! ଉଠା ଫଳ ଦୋକାନ ଉପରକୁ ମାଡିଗଲା ଟ୍ରକ

ଜଗତସିଂହପୁରରେ ହିଟ୍ ଆଣ୍ଡ ରନ୍ ! ଉଠା ଫଳ ଦୋକାନ ଉପରକୁ ମାଡିଗଲା ଟ୍ରକ

କନକ ବ୍ୟୁରୋ : ଜଗତସିଂହପୁରରେ ହିଟ୍ ଆଣ୍ଡ ରନ୍ । ଦୋକାନ ଉପରୁ ମାଡିଗଲା ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ଗୁରୁତର ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।

ଆଜି ସକାଳୁ ସକାଳୁ ରଘୁନାଥପୁର ଛକ ନିକଟରେ ଏକ ଉଠା ଫଳ ଦୋକାନ ଉପରକୁ ମାଡି ଯାଇଥିଲା ଟ୍ରକ । ଏଥିରେ ଦୋକାନ ଭିତରେ ଥିବା ଦୋକାନୀଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ରଘୁନାଥପୁର ଛକ ନିକଟରେ ଉତେଜନା ଦେଖାଦେଇଛି । ଉତ୍ୟକ୍ତଲୋକେ କଟକ-ପାରଦୀପ ରାସ୍ତା ଅବରୋଧ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe