କନକ ବ୍ୟୁରୋ : ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛି ଶ୍ରୀମନ୍ଦିର ଜଗମୋହନ ମରାମତି କାମ । ମାଡ୍ରାସ ଆଇଆଇଟି,ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ତାଳମେଳ ରହୁନଥିବାରୁ ବିବାଦ ମୁଣ୍ଡ ଟେକୁଛି । ସ୍ଥାୟୀ ସୁରକ୍ଷା ପାଇଁ ହେବାକୁ ଥିବା ପୋର୍ଟାଲ ଫ୍ରେମକୁ ନେଇ ବିବାଦ ଆରମ୍ଭ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଗମୋହନ ଚଟାଣ ଖୋଳି ଫ୍ରେମ ସ୍ଥାପନ କରିବାକୁ ଅନିଛା ପ୍ରକାଶ କରିଛି ଏଏସଆଇ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ । ଆଗାମ଼ୀ ଜାନୁୟାରୀରେ ନିର୍ମାଣ କାର୍ଯ୍ୟକୁ ୧ ବର୍ଷ ପୁରିବାକୁ ଥିବାବେଳେ ଦେବସ୍ନାନ ପୁର୍ଣିମା ଆଗରୁ କାମ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏଏସଆଇ ।