ଜଗମୋହନ ଏବେ ବିପଦ ମୁକ୍ତ : ସରିଲା ମରାମତି କାମ,ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ ଏଏସଆଇ

28

କନକ ବ୍ୟୁରୋ : ଶେଷ ହୋଇଛି ଜଗମୋହନ ମରାମତି । ସମ୍ପୂର୍ଣ୍ଣ ବିପଦ ମୁକ୍ତ ଏବେ ଜଗମୋହନ । ଆଜି ଓଲଡିଂ ଯାଂଚ କରାଯାଉଛି । ଏହା ସନ୍ଧ୍ୟା ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତିିି ଏଏସଆଇ କୋର କମିଟି ସଦସ୍ୟ ଏନ. ସି. ପାଲ୍ ।

ଏଏସଆଇ ପକ୍ଷରୁ ଶ୍ରୀମନ୍ଦିରକୁ ଜଗମୋହନ ରିପୋର୍ଟ ପ୍ରଦାନ କରାଯିବ । ଫେବୃୟାରୀରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ମେ ୨୭ରେ ଶେଷ ବିମ୍ ଉଠିଥିଲା । ୪ଟି ପଥର କଲମ୍ ଚାରିପଟେ ୧୬ଟି କଲମ ବିମ୍ ଦିଆଯାଇଛି । ପଥର ବିମ୍ ତଳେ ୧୬ଟି ଷ୍ଟିଲ୍ ଫ୍ରେମ୍ ବକ୍ସ କରାଯାଇଛି । ଏଥିରେ ୯୫ଟନ୍ ଷ୍ଟେନଲେସ୍ ଷ୍ଟିଲ୍ ବ୍ୟବହାର କରାଯାଇଛି । ତେବେ ଭିତରକାଠ ନିକଟରେ ମହାପ୍ରଭୁଙ୍କ ଅଣସର ନୀତି କରାଯିବ ବୋଲି ଜଣାପଡିଛି ।