ଶ୍ରୀମନ୍ଦିରର ଜଗମୋହନକୁ ଆଉ ବିପଦ ନାହିଁ ! ଶ୍ରୀକ୍ଷେତ୍ର ପହଂଚିଲା ବର୍ମା କାଠରେ ପ୍ରସ୍ତୁତ ସିଲିଂ, ସ୍ଥାପନ ପାଇଁ ଲାଗିବ ମାତ୍ର ୨ ଦିନ

28

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରକୁ ଆସିଲା ବର୍ମା କାଠରେ ପ୍ରସ୍ତୁତ ଶ୍ରୀମନ୍ଦିର ଜଗମୋହନର ଡିଜାଇନ କାଠ ସିଲିଂ । ଏହାକୁ ୨ଟି ଟ୍ରକରେ ଅଣାଯାଇ ଶ୍ରୀମନ୍ଦିରରେ ରଖାଯାଇଛି । ଏହାକୁ ସ୍ଥାପନ କରିବାକୁ ୨ ଦିନ ସମୟ ଲାଗିବ । ଜଗମୋହନରେ ଲାଗିଥିବା ପୋର୍ଟାଲ ଫ୍ରେମରେ ପଥର କ୍ଲାଡିଂ ଚାଲିଥିବା ବେଳେ ସିଲିଂ ପ୍ରସ୍ତୁତି ହୋଇଛି । ଶହ ଶହ ବର୍ଷ ମଜଭୁତ ରଖିବା ପାଇଁ ଜଗମୋହନ ଛାତକୁ ସପୋର୍ଟ ଦେବା ପାଇଁ କାଠରେ ସିଲିଂ କରାଯାଇଛି । ବର୍ମାରୁ ୨ଇଂଚ ଓସାରର ୩ଶହ ସିଫ୍ଟ ଶାଗୁଆନ କାଠ ଅଣାଯାଇ ଭୁବନେଶ୍ୱରରେ ଏହାର କାମ କରାଯାଉଥିଲା । ଦିଲ୍ଲୀପ କନଷ୍ଟ୍ରକ୍ସନ ପକ୍ଷରୁ ୧୮ ଜଣ କୁଶଳୀ କାରିଗରଙ୍କ ଦ୍ୱାରା ୩ ମାସ ଧରି ଏହି ସିଲିଂ କରାଯାଇଥିବା ଜଣାପଡିଛି ।