ଜ୍ୟାକଲିନଙ୍କ ହାତରୁ ଖସିଲା ବଡ ଅଫର, ଇଡି ସମନରେ ଘାଣ୍ଟି ହେଉଛନ୍ତି ଅଭିନେତ୍ରୀ

152

କନକ ବ୍ୟୁରୋ: ନିର୍ଦ୍ଦେଶକ ଅକ୍ସିନେନି ନାଗାର୍ଜୁନଙ୍କ ଫିଲ୍ମ ‘ ଦ ଘୋଷ୍ଟ’ର ଘୋଷଣା ପରେ ଦର୍ଶକ ଏହି ମୁଭିକୁ ଅପେକ୍ଷା କରିଛନ୍ତି । ତେବେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଏହି ସିନେମା ପାଇଁ ବଛା ଯାଇଥିଲା । କିନ୍ତୁ ୨ ଶହ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ଚଳଚ୍ଚିତ୍ରରୁୁ କାଢି ଦିଆଯାଇଛି । ତାଙ୍କ ବଦଳରେ ‘ଜନ୍ନତ’ ଫିଲ୍ମର ଅଭିନେତ୍ରୀ ସୋନଲ ଚୌହନଙ୍କୁ ସିନେମାରେ ରଖାଯାଇଛି ।

ଏବେ ସୋନଲ ନାଗାର୍ଜୁନଙ୍କ ସହ ଲିଡ ରୋଲରେ ନଜର ଆସିବେ । ଜ୍ୟାକଲିନଙ୍କ ପୂର୍ବରୁ ଏହି ରୋଲ ପାଇଁ ଅଭିନେତ୍ରୀ କାଜୋଲ ଅଗ୍ରୱାଲଙ୍କୁ ବଛା ଯାଇଥିଲା  । କିନ୍ତୁ କାଜୋଲ ଗର୍ଭବତୀ ଥିବାରୁ ତାଙ୍କୁ ଏହି ରୋଲ ମିଳିନଥିଲା । ନିର୍ଦ୍ଦେଶକ ଏହି ଫିଲ୍ମର ସୁଟିଂ ବିଦେଶରେ କରିବାର ଯୋଜନା ରଖିଥିଲେ  । କିନ୍ତୁ କରୋନା ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା ।  ଅନ୍ୟପଟେ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନଙ୍କ ସମ୍ପୃକ୍ତି ଥିବାରୁ ସେ ଏବେ ବହୁ ଅଡୁଆରେ ଅଛନ୍ତି ।  ତାଙ୍କୁ ଏବେ ଇଡିର ସମନ କୁ ସାମନା କରିବାକୁ ପଡୁଛି । ଏଥିପାଇଁ ତାଙ୍କ ହାତରୁ ବଡ ବଡ ପ୍ରୋଜେକ୍ଟ ଖସିଯାଉଛି ।