ଇଡି ଜାଲରେ ଜ୍ୟାକଲିନ ଫର୍ଣ୍ଣାଡିଜ । ୫୨ ଲକ୍ଷର ଘୋଡା ଓ ୯ ଲକ୍ଷ ଟଙ୍କାର ବିଲେଇ ଉପହାର ଦେଇଥିଲା ସୁକେଶ

320

କନକ ବ୍ୟୁରୋ: କୋଟି କୋଟି ଟଙ୍କା ଠକେଇ କରି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ ସୁକେଶ ଚନ୍ଦ୍ରଶେଖର । ୨ଶହ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କାଠଗଡାରେ ଚାଲିଆସିଛନ୍ତି । ଏହି ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହିଙ୍କ ନାଁ ସାମ୍ନାକୁ ଆସିଛି । ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ଆଇଟମ୍ ଡ୍ୟାନ୍ସର ନୋରା ଫତେହିଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇଥିବା ପ୍ରବର୍ତର୍ନ ନିର୍ଦ୍ଦେଶାଳୟ ତାର ଚାର୍ଜସିଟରେ ଉଲ୍ଲେଖ କରିଛି । ଏସବୁ ଭିତରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ଫଟୋ ମଧ୍ୟ ବେଶ ଭାଇରାଲ ହୋଇଛି ।

ସୁକେଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନେକ ଉପହାର ଜ୍ୟାକଲିନଙ୍କ ଆକାଉଣ୍ଟକୁ ଯାଇଛି । ପାଖାପାଖି ୧୦ କୋଟି ଟଙ୍କାର ଉପହାର ଦେଇଥିବା ଜଣାପଡିଛି । ଏହାପରେ ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ହାଜର ହେବାକୁ ଇଡି ପକ୍ଷରୁ ସମନ ହୋଇଥିଲା । କିନ୍ତୁ ଜ୍ୟାକଲିନ୍ ହାଜର ହୋଇନଥିଲେ । ଏହାପରେ ଲୁକ୍ ଆଉଟ ନୋଟିସ ଜାରି କରିଥିଲା ଇଡି ।

କାଠଗଡାରେ ଜ୍ୟାକଲିନ

  • ଜ୍ୟାକଲିନଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଉପହାର ଦେଇଥିବା ଇଡି ଚାର୍ଜସିଟରେ ଉଲ୍ଲେଖ
  • ୯ ଲକ୍ଷ ଟଙ୍କାର ଏକ ପାର୍ସିି ବିଲେଇ ମଧ୍ୟ ଜ୍ୟାକଲିନଙ୍କୁ ଉପହାର ଦେଇଛି ଠକ ସୁକେଶ
  • ପାଖାପାଖି ୧୦ କୋଟି ଟଙ୍କାର ଉପହାର ଦିଆଯାଇଛି
  • ୨୦୨୧ ଜାନୁୟାରୀ ମାସରେ ସୁକେଶ ଜେଲରେ ଥିବା ବେଳେ ଜ୍ୟାକଲିନଙ୍କ ସହ ଫୋନରେ କଥା ହୋଇଥିଲେ
  • ପରେ ଜାମିନରେ ମୁକୁଳିବା ପରେ ୮କୋଟି ଟଙ୍କାରେ ଜ୍ୟାକଲିନ ପାଇଁ ଚାର୍ଟାଡ ଫ୍ଲାଇଟ ବୁକ୍ କରିଥିଲେ
  • ଜ୍ୟାକଲିନ ସହ ଚେନ୍ନାଇର ଏକ ହୋଟେଲରେ ସମୟ ବିତାଇଥିଲେ
  • ସୁନା ଓ ହୀରା ଅଳଙ୍କାର ବି ଉପହାର ଭାବେ ଦେଇଥିଲେ
  • ବିଦେଶ ଯାଉଥିବାବେଳେ ମୁମ୍ବାଇ ବିମାନବନ୍ଦରରେ ଜ୍ୟାକଲିନଙ୍କୁ ଅଟକାଇ ଦିଆଗଲା
  • ୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ହାଜର ହେବାକୁ ଜ୍ୟାକଲିନଙ୍କୁ ନୋଟିସ
  • ଆର୍ଥିକ ହେରଫେର ମାମଲାରେ ଡିସେମ୍ବର ୮ତାରିଖରେ ଦିଲ୍ଲୀରେ ହାଜର ହେବାକୁ ନୋଟିସ

ବେଆଇନ ଉପାୟରେ ଟଙ୍କା ଆଦାୟ କରି ସୁନ୍ଦରୀ ଅଭିନେତ୍ରୀଙ୍କୁ ଦାମୀ ଉପହାର ଦେଉଥିଲା ଠକ ସୁକେଶ ଚନ୍ଦ୍ରଶେଖର । କେବଳ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନୁହେଁ ଆଇଟମ୍ ଡ୍ୟାନ୍ସର ନୋରା ଫତେହିଙ୍କୁ ମଧ୍ୟ ଠକ ସୁକେଶ ନାମୀଦାମୀ ଉପହାର ଦେଇଥିବା ଇଡି ତାର ଚାର୍ଜସିଟରେ ଉଲ୍ଲେଖ କରିଛି । ମିଳିଥିବା ସୂଚନା ଅନୁସାରେ ନୋରାଙ୍କୁ ସୁକେଶ ଏକ ବିଏମଡବ୍ଲୁ କାର ଉପହାର ଭାବେ ଦେଇଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ ନିକଟରେ ସୂଚନା ରହିଛି ।

କାଠଗଡାରେ ନୋରା

  • ନୋରାଙ୍କୁ ସୁକେଶ ଏକ ଦାମୀ କାର ଉପହାର ଦେଇଥିବା ଇଡି ଚାର୍ଜସିଟରେ ଉଲ୍ଲେଖ
  • ସୁକେଶଙ୍କ ସ୍ତ୍ରୀ ଲିନା ମାରିଆ ପଲ ଆୟୋଜନ କରିଥିବା ଉତ୍ସବରେ ଯୋଗ ଦେଇଥିଲେ ନୋରା
  • ସେହି ଉତ୍ସବରେ ନୋରାଙ୍କୁ ଦାମୀ କାର ଉପହାର ଦିଆଯାଇଥିବା ଇଡିରେ ଅଭିଯୋଗ ରହିଛି
  • ପୂର୍ବରୁ ଇଡିରେ ହାଜର ହୋଇ ସୁକେଶ ଚନ୍ଦ୍ରଶେଖରକୁ ଜାଣିନଥିବା କହିଥିଲେ ନୋରା
  • ଆର୍ଥିକ ହେରଫେରରେ କୌଣସି ସଂପର୍କ ନାହିଁ ଓ ତଦନ୍ତରେ ସହଯୋଗ କରୁଥିବା କହିଥିଲେ