ନୂଆବର୍ଷରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ୩ ସାଧାରଣ ଲୋକ ମୃତ, ୧୦ ଆହତ ।

97

କନକ ବ୍ୟୁରୋ : ନୂଆବର୍ଷରେ ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ରଜୌରୀ ଅଂଚଳରେ ଆତଙ୍କୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୧୦ ଜଣ ଆହତ ହୋଇଛନ୍ତି । ଦୁଇଟି ଘରେ ଲୋକଙ୍କ ଉପରେ ଗୁଳି ଚଳାଇଛନ୍ତି ଆତଙ୍କବାଦୀ । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ସୁରକ୍ଷାକର୍ମୀମାନେ ପହଂଚି ଖାନତଲାସି ଚଳାଇଛନ୍ତି ।
ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସୁରକ୍ଷା ବ୍ୟବସ୍ଥା ସୁଧୁରିଥବା କେନ୍ଦ୍ର ସରକାର କହିଆସୁଛନ୍ତି । ହେଲେ ଏପରି ଆତଙ୍କବାଦୀ ଆକ୍ରମଣ ଏହି ଦାବି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମଝିରେ ମଝିରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି ଓ ହତ୍ୟା କରୁଛନ୍ତି ।

ଅନ୍ୟପଟେ କୁପୱାଡା ପୋଲିସ ଏକ ସର୍ଚ୍ଚ ଅପରେସନ ଜରିଆରେ ବଡ ସଫଳତା ପାଇଛି । ଆତଙ୍କବାଦ ବିରୋଧୀ ଖବର ପାଇ ଏହି ସର୍ଚ୍ଚ ଅପରେସନ କରାଯାଇଥିଲା । ଯେଉଁଥିରେ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ନିଶାଦ୍ରବ୍ୟ ଜବତ କରିଛି ପୋଲିସ । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ପିସ୍ତଲ, ବନ୍ଧୁକ, ହିରୋଇନ ଓ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି ।