ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । କହିଲେ, ନୂଆ ଧାରାରେ ପରିଣତ ହୋଇଛି ବିଚାରପତିଙ୍କୁ ସରକାର ବଦନାମ କରିବା

ରାୟ ପସନ୍ଦ ନହେଲେ ଭାବମୂର୍ତ୍ତି ଉପରେ ଉଠାଯାଉଛି ପ୍ରଶ୍ନ

195

କନକ ବ୍ୟୁରୋ: ବିଚାରପତିଙ୍କୁ ସରକାର ବଦନାମ କରିବା ଏକ ନୂଆ ଧାରାରେ ପରିଣତ ହୋଇଛି ଯାହା ଦୁର୍ଭାଗ୍ୟଜନକ କହିଛନ୍ତି ସୁପ୍ରିମକୋର୍ଟ । ଯଦି ରାୟ ସେମାନଙ୍କ ପସନ୍ଦ ନହେଲା, ତେବେ ବିଚାରପତିଙ୍କ ଭାବମୂର୍ତି ଉପରେ ପ୍ରଶ୍ନ ଉଠାଯାଉଛି । ପ୍ରଧାନ ବିଚାରପତି ଏନଭି ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏପରି ଟିପ୍ପଣୀ ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ବିରୋଧରେ ଛତିଶଗଡ଼ ସରକାର ଏବଂ ଜଣେ ସାମାଜିକ କର୍ମୀଙ୍କ ଦୁଇଟି ଆବେଦନର ଶୁଣାଣି କରି ଏପରି ମନ୍ତବ୍ୟ ଦେଇଛନ୍ତି । ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କରାଯାଇଥିଲା । ଆବେଦନର ଶୁଣାଣି କରି ପ୍ରଧାନ ବିଚାରପିତି କହିଛନ୍ତି, ରାୟ ସପକ୍ଷରେ ନଆସିଲେ ବିଚାରପତିଙ୍କ ବିରୋଧରେ କୁତ୍ସାରଚନା କରାଯାଉଛି । ପୂର୍ବରୁ ଅନ୍ୟମାନେ ଏପରି କରୁଥିଲେ, ଏବେ ସରକାର ବିଚାରପତିଙ୍କୁ ଭାବମୂର୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି । ଯାହା ନୂଆ ଟ୍ରେଣ୍ଡରେ ପରିଣତ ହୋଇଛି । ଏହାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଜଷ୍ଟିସ୍ ଏନଭି ରମନା ।