ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : ସିବିଆଇ ଜେରାକୁ ଖଣ୍ଡନ କଲେ ଭାସ୍କର ରାଓ

28

ରାୟଗଡା : ଇତିଶ୍ରୀ ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ଓ ଏନ.ଭାସ୍କର ରାଓଙ୍କୁ ଜେରା ପ୍ରସଙ୍ଗ । ସିବିଆଇ ଜେରାକୁ ଖଣ୍ଡନ କରିଛନ୍ତି ଭାସ୍କର ରାଓ । କହିଲେ ମୋତେ ସିବିଆଇ ଜେରା କରିନି । ମୁଁ କେବଳ ରାୟଗଡା ସର୍କିଟ ହାଉସ ଯାଇଥିଲି । ଏହାସହ ଆଉ ଗୋଟିଏ ଗୁରୁତ୍ୱପୂଣ୍ଣ କଥା ମଧ୍ୟ କହିଛନ୍ତି । ଜୟରାମ ପାଙ୍ଗୀ ସହ ମୋ କୌଣସି ରାଜନୈତିକ ଶତ୍ରୁତା ନାହିଁ । ଇତିଶ୍ରୀ ହତ୍ୟା ମାମଲାରେ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଫସେଇ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ ତାଙ୍କ ଝିଅ । ଜୟରାମ ପାଙ୍ଗୀ ଓ ଏନ.ଭାସ୍କର ରାଓଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ଥିବାରୁ ଦଣ୍ଡସେଙ୍କୁ ଫସେଇ ଦିଆଯାଇଛି । ଯାହାକୁ ଖଣ୍ଡନ କରିଛନ୍ତି ଏନ.ଭାସ୍କର ରାଓ ।

ସେପଟେ ଜୟରାମ ପାଙ୍ଗୀଙ୍କୁ ସିବିଆଇ ଜେରା କରିବା ପ୍ରସଙ୍ଗରେ ବିଜେଡି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ଏହି ମାମଲାରେ ସିବିଆଇ ତଦନ୍ତ କରୁଛି । ସିବିଆଇ ତଦନ୍ତ ଫଳାଫଳକୁ ଅପେକ୍ଷା କରାଯାଉ ବୋଲି ସେ କହିଛନ୍ତି ।