ସାମ୍ନାକୁ ଆସିଲା ଠିକାଦାରୀର ଗଳାବାଟ : ସରକାରୀ ଶିକ୍ଷକ ଥିବା ଚିତ୍ରକୋଣ୍ଡା ବିଧାୟକଙ୍କ ଜ୍ୱାଇଁଙ୍କ ନାଁରେ ହୋଇଛି କାର୍ଯ୍ୟାଦେଶ

180

କନକ ବ୍ୟୁରୋ : ମାଲକାନଗିରି ଆଇଟିଡିଏ ଟେଣ୍ଡର ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଜ୍ୱାଇଁ ଜଣେ ସରକାରୀ ଶିକ୍ଷକ ହୋଇଥିବା ବେଳେ ତାଙ୍କ ନାଁରେ କେମିତି କାମ ଆବଂଟନ କରାଯାଇଛି, ତାହାର ତଥ୍ୟ ଏବେ ସାମ୍ନାକୁ ଆସିଛି । ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ପାଙ୍ଗମା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଧନ ନାଲିଙ୍କ ନାଁରେ ୧୬ ଲକ୍ଷ ୫୦ ହଜାର ଟଂକାର ୪ଟି କାମ ଆବଂଟିତ କରାଯାଇଛି ।

ଏହା ସହ ବାହାର ଜିଲ୍ଲାରେ ଥିବା ଅନୁଗତ ଅଜୟ କୁମାର ବେଉରାଙ୍କ ନାଁରେ ପ୍ରାୟ ୭୦ ଲକ୍ଷ ଟଂକାର ୩୦ରୁ ଅଧିକ କାମ ଆବଂଟିତ କରାଯାଇଛି । ନିକଟରେ ଏକ ୧୫ ପୃଷ୍ଠାର କାଗଜପତ୍ର ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ମାଲକାନଗିରି ଜିଲ୍ଲାରେ ଅନୁସୁଚିତ ଜାତୀ ଓ ଜନଜାତୀ ବିଭାଗ ଦ୍ୱାରା ପରିଚାଳିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏର ମୋଟ ୧୮୪ଟି ଛୋଟ ବଡ କାମ ଲାଗି ୫ କୋଟି ୫୭ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ତେବେ ଏତେ ମୋଟା ଅଙ୍କ ର କାମକୁ ଟେଣ୍ଡର କରାଯାଇ ନାହିଁ । ବରଂ ଛୋଟ ଛୋଟ ଏଷ୍ଟିମେଟ ପ୍ରସ୍ତୁତ କରାଯାଇ ବିନା ଟେଣ୍ଡରରେ କାମ କରିବା ଲାଗି ମସୁଧା ପ୍ରସ୍ତୁତ ହୋଇଛି ।

ଆଉ ଚିତ୍ରକୋଣ୍ଡା ବିଧାୟକ ଓ ସାଂସଦଙ୍କ ସୁପାରିଶ କ୍ରମେ ସେହି କାମ ଗୁଡିକ କୁଜି ନେତାଙ୍କୁ ବାଂଟି ଦିଆଯାଇଥିବା ଜଣା ପଡୁଛି । କିଛି କାମ କଂଗ୍ରେସ ନେତା ଓ କିଛି ଠିକାଦରଙ୍କୁ ମଧ୍ୟ ପ୍ରଦାନ କରା ଯାଇଥିବା କାଗଜପତ୍ରଏହି ଦସ୍ତାବିଜ ବୟାନ କରୁଛିା ସରାକାରୀ ନିୟମ ମୁତାବକ ୫ ଲକ୍ଷ ଟଙ୍କାର କାମ କୁ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ବିନା ଟେଣ୍ଡରରେ ସମ୍ପୃକ୍ତ ବିଭାଗ ର ଯନ୍ତ୍ରୀ ମାନେ କରି ପାରିବେ । ଚିତ୍ରକୋଣ୍ଡା ଆବାସୀକ ବିଦ୍ୟାଳୟର ମରାମତି ଲାଗି ୩୦ ଲକ୍ଷ ୫୨ ହଜାର ଟଙ୍କା ର ବ୍ୟୟ ବରାଦ ହୋଇଛି ।

ତେବେ ଏହି କାମକୁ ୯ ଟି କାମରେ ଭାଗ କରାଯାଇ ବିଭିନ୍ନ କର୍ମୀ ଓ ଠିକାଦାରଙ୍କ ହାତରେ ଟେକି ଦିଆ ଯାଇଛି । ତେବେ ଆଇଟିଡିଏ ରୁ ଏପରି ସଂଗିନ ଅଭିଯୋଗ ଆସିବା ପରେ ତଦନ୍ତ କରା ଯାଇ ଉଚିତ ପଦକ୍ଷେପ ନିଆ ଯିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲା ଉନ୍ନୟନ କମିଟି ଅଧ୍ୟକ୍ଷ ଦାୟିତ୍ୱ ରେ ଥିବା ମନ୍ତ୍ରୀ ତୁଷାର କାନ୍ତି ବେହେରା ।