ଛତିଶଗଡ ନାରାୟଣପୁରରେ ଯବାନ-ଯବାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଯବାନ ମୃତ୍ୟୁ, ୨ ଆହତ ।

538

ଛତିଶଗଡ ନାରାୟଣପୁର ଜିଲ୍ଲା କୋଡନାର ଆଇଟିବିପି କ୍ୟାମ୍ପରେ ଯବାନଙ୍କ ଉନ୍ମତକାଣ୍ଡ । ଏଥି ସହିତ ଯବାନଙ୍କ ମଧ୍ୟରେ ଆଖିବୁଜା ଗୁଳିମାଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି ।

 

ସୂଚନାନୁସାରେ, ନାରାୟଣପୁର ଜିଲ୍ଲା କୋଡନାର ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ କୌଣସି ଘଟଣାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା । ବୁଧବାର ସକାଳେ ପାଖାପାଖି ୮.୪୫ ସମୟରେ କ୍ୟାମ୍ପରେ ଉପସ୍ଥିତ ଯବାନ ରହମାନ ଖାନ ନିଜ ବ୍ୟକ୍ତିଗତ ବନ୍ଧୁକରେ ଗୁଳି ଚାଳନା କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ଗୁଳିଚାଳନାରେ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସହିତ , ୩ ଜଣ ଆହତ ହୋଇଥିଲେ । କିନ୍ତୁ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି ।