ସର୍ଜିକାଲ ଷ୍ଟ୍ରାଇକକୁ ପୂରିଲା ୬ ବର୍ଷ: ଯେବେ ଆତଙ୍କୀ ଗଡରେ ଆତଙ୍କ ରଚିଥିଲେ ଯବାନ, ମାଟିରେ ମିଶିଯାଇଥିଲେ ମୃତ୍ୟୁର ସୌଦାଗର

116

କନକ ବ୍ୟୁରୋ: ଥରି ଉଠିଥିଲା ଶତ୍ରୁ ଶିବିର, ଯେବେ ଆତଙ୍କୀ ଗଡରେ ଆତଙ୍କ ରଚିଥିଲେ ଯବାନ । ଶୂନଶାନ ରାତିରେ ପାକିସ୍ତାନ ମାଟିରେ ପାନେ ପାଇଥିଲେ ଆତଙ୍କବାଦୀ । ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶିଯାଇଥିଲେ ମୃତ୍ୟୁର ସୌଦାଗର । ରକ୍ତର ବଦଲା ରକ୍ତରେ ନେଇଥିଲା ହିନ୍ଦୁସ୍ତାନ । ଆଉ ବିଶ୍ୱ ଦେଖିଥିଲା ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକ । ଆଜି ଭାରତୀୟ ଯବାନଙ୍କ ସେହି ସର୍ଜିକାଲ ଷ୍ଟ୍ରାଇକକୁ ପୂରିଛି ୬ ବର୍ଷ ।

୧୮ ସେପ୍ଟେମ୍ବର ବିଳମ୍ବିତ ରାତିରେ ଉରି ଉତ୍ତର କାଶ୍ମୀରର ବାରାମୂଲା ଜିଲ୍ଲାରେ ସେନାର ବେସ କ୍ୟାମ୍ପ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ ଆତଙ୍କବାଦୀ । ସୈତାନ ଶତ୍ରୁ, ନିଦରେ ଶୋଇଥିବା ଆମ ଯବାନମାନଙ୍କୁ ହତ୍ୟା କରିଥିଲେ । ଶୋକରେ ବୁଡିଥିବା ଭାରତୀୟଙ୍କ ମନରେ ସେତେବେଳେ ଜୋସ ଭରିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ବ୍ୟର୍ଥ ଯିବନି ଆମ ଯବାନଙ୍କ ବଳିଦାନ । ସବୁବେଳେ ଶାନ୍ତିରେ ବିଶ୍ୱାସ ରଖୁଥିବା ଭାରତ ଏବେ ଚୁପ ବସିବନି । କାରଣ ଏ ହେଉଛି ନୂଆ ଭାରତ । ଏ ଭାରତ ଶତ୍ରୁର ଘରେ ବି ପଶିବ, ଆଉ ବଳିଗାନର ବଦଲା ବି ନେବ ।

ଆତଙ୍କୀ ଦେଶରେ ସେଦିନ ଥିଲା ଆତଙ୍କର ରାତି । ବିଧ୍ୱଂସଲିଳା ରଚିଥିଲେ ବୀର ଯବାନ । ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ । ଉରି ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ଅନ୍ଧାର ରାତିରେ ଆତଙ୍କୀ ଦେଶରେ ପଶି, ସୈତାନଙ୍କ ପାଇଁ ଷଡଯନ୍ତ୍ର ରଚିଥିଲେ ବୀର ଯବାନ । ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ ପାଇଁ ସେପ୍ଟେମ୍ବର ୨୪ ତାରିଖରୁ ଭାରତୀୟ ସେନା କରିଥିଲେ ପ୍ଲାନ । ଆଉ ସେତେବେଳେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଶିବିରକୁ ଧ୍ୱସଂ କରିବାକୁ ଭାରତର ଘାତକ କମାଣ୍ଡୋମାନେ ସେପ୍ଟେମ୍ବର ୨୮, ୨୯ ମଧ୍ୟ ରାତିରେ କରିଥିଲେ ଭୟଙ୍କର ହାମଲା ଆଖି ପିଛୁଳାକେ ଘୋଟିଯାଇଥିଲା ଆତଙ୍କୀ ଦେଶ ଆକାଶରେ ଆତଙ୍କର କଳା ବାଦଲ ।

ଗୋଟିଏ ପରେ ଗୋଟିଏ ଆତଙ୍କୀ ଶିବିରକୁ ଧ୍ୱସଂ କରିଦେଇଥିଲେ ଆମ ବୀର ଯବାନ । ଖୋଜି ଖୋଜି ଜଣ ଜଣ କରି ଆତଙ୍କବାଦୀଙ୍କୁ ନିପାତ କଲେ । ଆତଙ୍କୀ ଦେଶରେ ଖେଳିଯାଇଥିଲା ଆତଙ୍କ । ପାଖାପାଖି ୨-୩ ଘଣ୍ଟାର ସର୍ଜିକାଲ ଷ୍ଟ୍ରାଇକ ପରେ ପିଓକେରେ ଥିବା ସବୁ ଆତଙ୍କୀ ଶିବିରକୁ ଧ୍ୱସଂ କରି ଭାରତ ମାଟିକୁ ଫେରିଆସିଥିଲେ ବୀର ଯବାନ ।

ସେହି ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକକୁ ପୂରିଛି ୬ ବର୍ଷ । ଆଉ ବୀର ଯବାନଙ୍କ ବିଧ୍ୱଂସଲିଳାକୁ ଆଜି ବି ମନେ ରଖିଛି ସୈଦାନ ପାକିସ୍ତାନ । କେବଳ ପାକିସ୍ତାନ କାହିଁକି ସାରା ବିଶ୍ୱ ଦେଖିଥିଲା ଭାରତର ଶକ୍ତି । ସେବେଠାରୁ ସେପ୍ଟମ୍ବର ୨୯କୁ ସାହସୀ ବୀରଙ୍କ ପରାକ୍ରମ ଉଦ୍ଦେଶ୍ୟରେ ମନେ ରଖିଛି ଭାରତ । ଏହି ଦିନ ଆସିଲେ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠେ । କାରଣ ବୀର ଯବାନଙ୍କ ବୀରତ୍ୱ ଅଧ୍ୟାୟ, ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହି ସାରିଛି ।