ବଂଶଧାରା ଜଳ ବିବାଦ: ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶାର ପ୍ରଭାବିତ ଅଂଚଳ ଅନୁଧ୍ୟାନ କଲେ ଆନ୍ଧ୍ର ଟିମ୍ । ହେଲେ ଓଡିଶା ଅଧିକାରୀଙ୍କ ଦେଖା ନଥିବାରୁ ବଢୁଛି ଅସନ୍ତୋଷ 

104

କନକ ବ୍ୟୁରୋ: ବଂଶଧାରା ଜଳ ବିବାଦକୁ ନେଇ  ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶାର ପ୍ରଭାବିତ ଅଂଚଳ ଅସନ୍ତୋଷ ବଢୁଛି । ଗତ ୨୧ ତାରିଖରେ କୋର୍ଟଙ୍କ ରାୟ ଆସିବା ପରେ ଆନ୍ଧ୍ରର ପ୍ରତିନିଧି ଦଳ ଗଜପତି ଜିଲ୍ଲା କାଶିନଗର ବ୍ଲକର ପ୍ରଭାବିତ ହେବାକୁ ଥିବା ଅଂଚଳର ସ୍ଥିତି  ଅନୁଧ୍ୟାନ କରିଛନ୍ତି ।

ହେଲେ ଓଡିଶା ଅଧିକାରୀଙ୍କ ଦେଖା ନଥିବାରୁ ଅସନ୍ତୋଷ ବଢୁଛି । ଏପଟେ ପ୍ରଭାବିତ ଅଂଚଳକୁ ଆସୁନାହାନ୍ତି, କି ବଂଶଧାରାର ଉପର ମୁଣ୍ଡରେ ରାଜ୍ୟ ସରକାର କରୁଥିବା ପ୍ରକଳ୍ପ ଗୋଟିଏ ପାଦ ଆଗେଇ ପାରିନାହିଁ ।