ବିଶ୍ୱର ସବୁଠାରୁ ହାଲୁକା ଉପଗ୍ରହକୁ ମହାକାଶକୁ ପଠାଇଲା ଇସ୍ରୋ । ଛାତ୍ରଛାତ୍ରୀଙ୍କର ଉଦ୍ୟମରେ ନିର୍ମାଣ ହୋଇଛି ଉପଗ୍ରହ

ବିଶ୍ୱର ସବୁଠାରୁ ହାଲୁକା ଉପଗ୍ରହକୁ ମହାକାଶକୁ ପଠାଇଲା ଇସ୍ରୋ

80

କନକ ବ୍ୟୁରୋ : ପୁଣି ଥରେ ଇତିହାସ ରଚିଲା ଇସ୍ରୋ । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ମହାକାଶକୁ ଉପଗ୍ରହ ଲଞ୍ଚ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଉପଗ୍ରହକୁ ଛାତଛାତ୍ରୀ ନିର୍ମାଣ କରିଥିବା ଜଣାପଡିଛି । ଏହାସହ ଏହି ଉପଗ୍ରହ ଲଞ୍ଚ କରିବା ପାଇଁ ଇସ୍ରୋ କୌଣସି ଅର୍ଥ ନେଇନଥିବା ସୂଚନା ମିଳିଛି । ତେବେ ଇସ୍ରୋ ପକ୍ଷରୁ ଦାବି କରାଯାଇଛି ଯେ, ଏହି ଉପଗ୍ରହ ବିଶ୍ୱର ସବୁଠାରୁ ହାଲୁକା ଉପଗ୍ରହ ବୋଲି । କାରଣ ଏହି ଉପଗ୍ରହଟିର ଓଡନ ମାତ୍ର ୧.୨୬ କିଲୋଗ୍ରାମ ରହିଛି ।

ଛାତ୍ରଛାତ୍ରୀମାନେ ଏହି ଉପଗ୍ରହ ନିର୍ମାଣ କରିବା ସହ ପୂର୍ବତନ ରାଷ୍ଟ୍ରପତିଙ୍କ ନାମରେ ଏହାର ନାମକରଣ କରାଯାଇଛି । ଛାତ୍ରଛାତ୍ରୀମାନେ ଅକ୍ଲାନ୍ତ ପରିଶ୍ରମ କରି ମାତ୍ର ୬ ଦିନ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିଛନ୍ତି । ପିଏସଏଲଭି-ସି୪୪ ରକେଟ ସାହାର୍ଯ୍ୟରେ ଏହି ଉପଗ୍ରହକୁ ମହାକାଶକୁ ପଠାଯାଇଛି । କଲାମ ସ୍ୟାଟ ଉପଗ୍ରହ ଛଡା ପୃଥିବୀର ଚିତ୍ର ନେବାକୁ ସକ୍ଷମ ଥିବା ମାଇକ୍ରୋସ୍ୟାଟ-ଆରକୋକୁ ନେଇ ଉଡାଣ କରିବ ପିଏସଏଲଭି-ସି୪୪ ରକେଟ । ଯେଉଁ ଉପଗ୍ରହକୁ ଲଞ୍ଚ କରାଯାଇଛି ତାହାକୁ ୱାୟରଲେସ କମ୍ୟୁନିକେସନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ସୂଚନା ମିଳିଛି ।