କେବେ ସାଇକେଲରେ ରକେଟ ନେଉଥିବା ଇସ୍ରୋ ଏବେ ୩୧ଟି ଉପଗ୍ରହ ମହାକାଶକୁ ପଠାଇ ରଚିଛି ଇତିହାସ ! ଜାଣନ୍ତୁ ଇସ୍ରୋ ବିଷୟରେ କିଛି ଅଜଣା କଥା

97

ମହାକାଶକୁ ସାଟେଲାଇଟ ପଠାଇବାରେ ସେଞ୍ଚୁରି ମାରିଲା ଇସ୍ରୋ । ଏହାସହ ଏକ ନୂଆ ଇତିହାସ ରଚିଛି ଇସ୍ରୋ । ଶୁକ୍ରବାର ଇସ୍ରୋ ପିଏସଏଲଭି ସି ୪୦ ଜରିଆରେ ମହାକାଶକୁ ୩୧ଟି ଉପଗ୍ରହ ପଠାଇବା ସହ ଇତିହାସ ରଚିଛି । ଏବର୍ଷ ଇସ୍ରୋର ଏହା ପ୍ରଥମ ମିଶନ ଥିବା ବେଳେ ଶହେତମ ଉପଗ୍ରହ ଭାବେ ମହାକାଶକୁ ଛୁଇଁଛି । ପିଏସଏଲଭି ୪୦ ଆଜି ସକାଳ ୯ଟା ୨୯ରେ ୩୧ଟି ଉପଗ୍ରହକୁ ନେଇ ମହାକାଶକୁ ଯାଇଛି । ଭାରତର ୩ଟି ଉପଗ୍ରହ ଓ ୬ଟି ଭିନ୍ନ ଭିନ୍ନ ଦେଶର ୨୮ଟି ଉପଗ୍ରହ ନେଇ ମହାକାଶକୁ ଯାଇଛି କାର୍ଟୋସାଟ୍-୨ । ଫ୍ରାନ୍ସ, ଫିନଲାଣ୍ଡ, କାନାଡା, ବ୍ରିଟେନ, ଆମେରିକା ଓ ରିପବ୍ଲିକ ଅଫ କୋରିଆର କ୍ଷେପଣାସ୍ତ୍ରକୁ ମଧ୍ୟ ମହାକାଶକୁ ଆଜି ପଠାଇଛି ଇସ୍ରୋ ।

isro-7th-navigavion-satellite-launchମହାକାଶକୁ ୨୫୦ରୁ ଅଧିକ ସାଟେଲାଇଟ୍ ଛାଡ଼ିଥିବା ଭାରତୀୟ ମହାକାଶ ସଂସ୍ଥାନର ଏହା ୪୨ତମ ଉତକ୍ଷେପଣ । ଅଗଷ୍ଟ ମାସରେ ଇସ୍ରୋ ନାଭିଗେସନ୍ ଉପଗ୍ରହ ପ୍ରେରଣରେ ବିଫଳ ହୋଇଥିବାରୁ ଇସ୍ରୋ ପାଇଁ ଏହା ଅଗ୍ନିପରୀକ୍ଷା ସଦୃଶ୍ୟ ଥିଲା । ତେବେ ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘ ୪ ମାସରୁ ଅଧିକ ସମୟ କଠିନ ପରିଶ୍ରମ କରି ଗବେଷଣା କରିଥିଲେ ଏବଂ ସମସ୍ୟାର ସମାଧାନ କରିଥିଲେ । ଏହି ସଫଳତାକୁ ନୂଆ ବର୍ଷରେ ଦେଶକୁ ଇସ୍ରୋର ଉପହାର ବୋଲି କହିଛନ୍ତି ଇସ୍ରୋ ନିର୍ଦ୍ଦେଶକ ।

ପୂର୍ବରୁ ବି ପିଏସଲଏଭି ସି-୩୮ ମାଧ୍ୟମରେ ଥରକରେ ମହାକାଶକୁ ୩୧ଟି ଉପଗ୍ରହ ପଠାଇ ବିଶ୍ୱବ୍ୟାପୀ ପ୍ରଶଂସା ସାଉଁଟିଥିଲା ଇସ୍ରୋ । ଏହି ଉପଗ୍ରହ ଗୁଡିକ ମାତ୍ର ୪୨ ମିନିଟ୍ ମଧ୍ୟରେ କକ୍ଷ ପଥରେ ଅବସ୍ଥାପିତ ହେବେ । ଭୂପୃଷ୍ଠରୁ ପାଖାପାଖି ୫ଶହ କିଲୋମିଟର ଉପରେ ପୃଥିବୀକୁ ପରିକ୍ରମା କରିବ ଏହି ଉପଗ୍ରହ । କ୍ୟାଟ୍ରୋସାଟ୍ ଉପଗ୍ରହରୁ ସାମରିକ ତଥ୍ୟଗତ ସହାୟତା ମିଳିପାରିବ । ଇସ୍ରୋର ଏହି ଅଭିଯାନକୁ ସୋସିଆଲ ମିଡିଆରେ ପ୍ରଂଶସା କରାଯାଉଛି । ତେବେ ଇସ୍ରୋର ଅଭିଯାନର ପୂରା କାହାଣୀ ଯଦି ଆପଣ ଜାଣିବେ ତେବେ ଭାରତୀୟ ଭାବେ ନିଜକୁ ଗର୍ବିତ ମନେ କରିବେ ।

isro11123୧୯୬୯ ମସିହା ୧୫ ଅଗଷ୍ଟରେ ଡ. ବିକ୍ରମ ସାରାଭାଇ ଇସ୍ରୋର ସ୍ଥାପନା କରିଥିଲେ ।ଲକ୍ଷ୍ୟ ଥିଲା ମହାକାଶ ବିଜୟ । ସେଥିପାଇଁ ଦୃଢ ସଂକଳ୍ପ ନେଇଥିଲେ ଭାରତୀୟ ବୈଜ୍ଞାନିକ । ତେବେ ମହାକାଶ ବିଜୟ କଠିନ ରାସ୍ତା ପାର କରିବା ପାଇଁ ସାଇକେଲ ଓ ବଳଦଗାଡିର ସାହାଯ୍ୟ ନେଇଥିଲେ ଇସ୍ରୋର ବୈଜ୍ଞାନିକ । ସବୁଠାରୁ ଆଶ୍ଚଯ୍ୟ କଥା ହେଲା ପ୍ରଥମ ପରୀକ୍ଷଣ ସମୟରେ ଉତକ୍ଷେପଣ ହେବାକୁ ଥିବା ରକେଟକୁ ସାଇକେଲରେ ପ୍ରକ୍ଷେପଣ ସ୍ଥଳକୁ ନିଆ ଯାଇଥିଲା । ସାଇକେଲରେ ରକେଟର ପ୍ରତ୍ୟେକ ଖଣ୍ଡକୁ ବୁହାଯାଇ ପ୍ରକ୍ଷେପଣ ସ୍ଥଳକୁ ନିଆଯାଇଥିଲା । ତେବେ ଦ୍ୱତୀୟ ମିଶନରେ ରକେଟ ନେବା ପାଇଁ ବଳଦ ଗାଡି ଲୋଡା ପଡିଥିିଲା । କାରଣ ଏହି ରକେଟଟି ପୂର୍ବ ରକେଟ ଠାରୁ ବଡ ଥିଲା । ତେବେ ସବୁଠାରୁ ରୋମାଞ୍ଚକର କଥା ହେଲା, ଭାରତ ପ୍ରଥମ ରକେଟ ମହାକାଶକୁ ପଠାଇବା ନଡିଆ ଗଛର ଗଣ୍ଡିକୁ ଲଞ୍ଚିଙ୍ଗ ପ୍ୟାଡ ଭାବେ ବ୍ୟବହାର କରିଥିଲେ । ଏପରିକି ପ୍ରଥମ ପରୀକ୍ଷଣ ସମୟରେ ଇସ୍ରୋ ପାଖରେ ନିଜସ୍ୱ କାର୍ଯ୍ୟାଳୟ ମଧ୍ୟ ନଥିଲା । କିନ୍ତୁ ଏବେ ସମଗ୍ର ଦେଶରେ ଇସ୍ରୋର ୧୩ଟି ସେଣ୍ଟର ରହିଛି ।

ଏତେ ସବୁ ସମସ୍ୟା ଥିବା ସତ୍ତେ୍ୱ ମଧ୍ୟ ଭାରତୀୟ ବୈଜ୍ଞାନିକ ପ୍ରଥମ ସ୍ୱଦେଶୀ ଉପଗ୍ରହ ଏସଏଲବି-୩ ଲଞ୍ଚ କରିଥିଲେ । ପ୍ରଥମ ଥର ପାଇଁ ୧୯୮୦ ମସିହା ଜୁଲାଇ ୧୮ରେ ଲଞ୍ଚ ହୋଇଥିଲା ଦେଶର ପ୍ରଥମେ ସ୍ୱଦେଶୀ ଉପଗ୍ରହ । ସେତେବେଳେ ଏହି ପ୍ରୋଜେକ୍ଟର ନିର୍ଦ୍ଦେଶକ ଭାବେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ କାର୍ଯ୍ୟ କରୁଥିଲେ । ତାଙ୍କରି ପ୍ରଚେଷ୍ଟାରେ ହିଁ ମହାକାଶରେ ଭାରତ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି । ସେଥିପାଇଁ ମିସାଇଲ ମ୍ୟାନ ଭାବେ କଲାମଙ୍କୁ ପୂରା ଦେଶବାସୀ ମନେ ରଖିଛି ।