ମହାକାଶରେ ଇସ୍ରୋକୁ ଆଉଏକ ବଡ ସଫଳତା, ଏକା ସାଥିରେ ଲଂଚ କଲା ୯ ସାଟେଲାଇଟ୍

99

କନକ ବ୍ୟୁରୋ : ଇସ୍ରୋ ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଶନିବାର ଦିନ ଏକ ବଡ ସଫଳତା ହାସଲ କରିଛି । ଇସ୍ରୋ ତରଫରୁ ଆଜି ଦିନ ୧୨ ଟାରେ ଏକାସାଥିରେ ୯ ଟି ସାଟେଲାଇଟ୍ ଲଂଚ୍ କରାଯାଇଛି । ଜାତୀୟ ଗଣମାଧ୍ୟମ ମୁତାବକ ଇସ୍ରୋ ତରଫରୁ ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଶନସେଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୯ ଟି ଛୋଟ ସାଟେଲାଇଟକୁ ପିଏସଏଲଭି –ସି୫୪/ଇଓଏସ-୦୬ ମିଶନ କ୍ରମରେ ଲଂଚ କରିଛି । ଏନେଇ ଇସ୍ରୋମୁଖ୍ୟ ସୂଚନା ଦେଇଛନ୍ତି । ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଇ କହିଛନ୍ତି ପିଏସଏଲଭି-ସି୫୪ ପୃଥୀ ଅବଲୋକନ ଉପଗ୍ରହ ସମେତ ମୋଟ ୮ ଟି ଉପଗ୍ରହକୁ ସଫଳତାର ସହ ଅନ୍ତରୀକ୍ଷରେ ସ୍ଥାପିତ କରିଛି ।

ସୂଚନା ଥାଉକି ଏହା ପୂର୍ବରୁ ଇସ୍ରୋ ନିଜ ଦ୍ୱାରା ବିକଶିତ କରିଥିବା ପ୍ରଥମ ଭାରତୀୟ ରକେଟକୁ ମହାକାଶରେ ସ୍ଥାପିତ କରିଥିଲା । ନଭେମ୍ବର ୧୮ ତାରିଖରେ ଇସ୍ରୋ ତରଫରୁ ନିଜ ଦ୍ୱାରା ପ୍ରସ୍ତୁତ ରକେଟ ‘ବିକ୍ରମ-ଏସ’ ତିନୋଟି ଉପଗ୍ରହକୁ ନେଇ ଶୁକ୍ରବାର ଅନ୍ତରୀକ୍ଷ ଅଭିମୂଖେ ଯାତ୍ରା କରିଥିଲା ।