ଆଜାଦୀର ଅମୃତ ମହୋତ୍ସବରେ ଲଞ୍ଚ୍ ହେବ ଇସ୍ରୋ ଆଜାଦୀ ସାଟେଲାଇଟ । ସ୍କୁଲ ପିଲାଙ୍କ ଦ୍ୱାରା କରାଯାଇଛି ପ୍ରସ୍ତୁତ ।

121

କନକ ବ୍ୟୁରୋ: ଆଜାଦୀର ଅମୃତ ମହୋତ୍ସବରେ ଲଞ୍ଚ୍ ହେବ ଇସ୍ରୋ ଆଜାଦୀ ସାଟେଲାଇଟ । ସବୁଠୁ ବଡ କଥା ହେଉଛି ଏହାକୁ କୌଣସି ବୈଜ୍ଞାନିକ ତିଆରି କରିନାହାଁନ୍ତି ବଂର ସ୍ମୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଛି । ଦେଶର ୭୫ଟି ସ୍କୁଲର ମୋଟ ୭୫୦ଜଣ ଛାତ୍ରୀମାନେ ଏହି ଆଜାଦୀ ସାଟେଲାଇଟି ପ୍ରସ୍ତୁତ କରିଛନ୍ତି । ଅଗଷ୍ଟ ୭ ତାରିଖରେ ଇସ୍ରୋ ଏହାକୁ ଉତକ୍ଷେପଣ କରିବ । ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ୭ ତାରିଖ ସକାଳ ଉତକ୍ଷେପଣ କରାଯିବ । ୮କେଜି ଓଜନର ଏହି ସାଟେଲାଇଟରେ ରହିଛି ସେଲଫି କ୍ୟାମେରା । ଯାହା ସମସ୍ତ ପ୍ୟାନେଲ ଓ ଦୂରସଂଚାର ଟ୍ରାନ୍ସପୋଣ୍ଡରର ଫଟୋ ଉତ୍ତୋଳନ କରିବାକୁ ସକ୍ଷମ ।