କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍-୧' ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଇସ୍ରୋର ଏହି ମହତ୍ୱକାଂକ୍ଷୀ ମିଶନକୁ ଆସନ୍ତାକାଲି ପିଏସଏଲଭି ସି-୫୭ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ମିଶନର ସଫଳତା ନେଇ ଆଜି ମନ୍ଦିର ଯାଇ ଆର୍ଶୀବାଦ ନେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ଆନ୍ଧ୍ରପ୍ରଦେଶ ସୁଲ୍ଲୁରପେଟ୍ଟା ସ୍ଥିତ ଚେଙ୍ଗଲମ୍ମା ପ୍ରାଣେଶ୍ୱରୀ ମନ୍ଦିରକୁ ଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଆଶିର୍ବାଦ ନେଇଛନ୍ତି ।

Advertisment

ଏହି ସମୟରେ ପ୍ରତିକ୍ରିୟା ରଖି ଇସ୍ରୋ ମୁଖ୍ୟ କହିଛନ୍ତି ସୂର୍ଯ୍ୟ ମିଶନ ପୂର୍ବରୁ ସେ ମନ୍ଦିର ଦର୍ଶନ କରି ପ୍ରାର୍ଥନା କରିଛନ୍ତି । ସେହିପରି ଇସ୍ରୋ ବୈଜ୍ଞାନକିଙ୍କ ଟିମ ତିରୁପତି ମନ୍ଦିର ଯାଇ ଭେଙ୍କଟଶ୍ୱରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି । ଆଦିତ୍ୟ-ଏଲ ୱାନକୁ ପିଏସଏଲଭି ସି-୫୭ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ଉତଷେପଣର ଠିକ୍ ୧୨୫ ଦିନ ପରେ ଏହା ଏହାର ବିନ୍ଦୁ ଏଲ୍-୧ରେ ପହଞ୍ଚିବ । ଏହି ସ୍ଥାନରେ ପହଞ୍ଚିବା ପରେ ଆଦିତ୍ୟ-ଏଲ-୧ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ଆରମ୍ଭ କରିବ ।

ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ

- ଦିନ ୧୧ଟା ୫୦ରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧ ସାଟେଲାଇଟ୍
- ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଂଟରରୁ ହେବ ଉତକ୍ଷେପଣ
- ଆଦିତ୍ୟ ଏଲ-୧ ସାଟେଲାଇଟକୁ ନେଇ ଯିବ ପିଏସଏଲଭି ସି-୫୭ ରକେଟ୍
- ପ୍ରଥମେ ପୃଥିବୀର କକ୍ଷପଥରେ ଆଦିତ୍ୟ ଏଲ-୧କୁ ଛାଡିବ ପିଏସଏଲଭି ସି-୫୭
- ୩ରୁ ୪ଥର ପୃଥିବୀକୁ ପ୍ରଦକ୍ଷିଣ କରିବା ପରେ ମାଧ୍ୟାକର୍ଷଣ କ୍ଷେତ୍ର ବାହାରକୁ ଯିବ
- ସର୍ଫେସ ଅଫ ଇନଫ୍ଲୁଏନ୍ସ ବା ଏସଓଆଇ ବାହାରକୁ ଯିବ ଆଦିତ୍ୟ
- କ୍ରୁଜ୍ ଫେଜ୍ ପରେ ହାଲୋ ଅରବିଟକୁ ଯିବ ଆଦିତ୍ୟ ଏଲ-୧ ସାଟେଲାଇଟ୍
- ଅର୍ଥାତ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ସ୍ଥିରିକୃତ ଲାଗରେଞ୍ଜ ପଏଣ୍ଟ-୧କୁ ଯିବ
- ନିର୍ଦ୍ଧାରିତ ସ୍ଥାନରେ ଆଦିତ୍ୟ ଏଲ-୧କୁ ପହଂଚିବା ପାଇଁ ଲାଗିବ ୧୨୭ ଦିନ

ଲାଗରେଞ୍ଜ ପଏଣ୍ଟ କ’ଣ ?

- ଯେକୌଣସି ଗ୍ରହର ଚାରିପାଖରେ ୫ଟି ସ୍ଥାନ ରହିଛି ଯାହାକୁ ମାଧ୍ୟାକର୍ଷଣ ଶକ୍ତି, ସ୍ପେଶକ୍ରାଫ୍ଟ ଓ ଗ୍ରହଗୁଡିକର ଗତିବିଧି ଜାଣିବା ପାଇଁ ଉତ୍ତମ ବୋଲି ବିଚାର କରାଯାଏ
- ପୃଥିବୀର ଚାରି ପାଖରେ ଏହିଭଳି ୫ଟି ସ୍ଥାନ ରହିଛି ଯାହାକୁ ଲାଗରେଞ୍ଜ ପଏଣ୍ଟ ବୋଲି କୁହାଯାଉଛି
- ଇଟାଲି ଓ ଫ୍ରାନ୍ସର ଗଣିତଜ୍ଞ ଜୋସେଫ ଲୁଇ ଲାଗରେଞ୍ଜଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି
- ୧୮ଶହ ଶତାବ୍ଦିରେ ଜୋସେଫ ଲୁଇ ଲାଗରେଞ୍ଜ ପୃଥିବୀର ମାଧ୍ୟାକର୍ଷଣ ଓ ସୂର୍ଯ୍ୟର ମହାକର୍ଷଣ ଶକ୍ତି ବାହାରେ ମହାକାଶରେ ୫ଟି ବିନ୍ଦୁ ଚିହ୍ନଟ କରିଥିଲେ
- ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଥିବା ଏହିସବୁ ବିନ୍ଦୁକୁ ଲାଗରେଞ୍ଜ ପଏଣ୍ଟ ୧, ୨, ୩, ୪ ଓ ୫ରେ ନାମକରଣ କରାଯାଇଛି

କାହିଁକି ବଛାଗଲା ଏଲ-୧ ପଏଣ୍ଟ ?

- ହାଲୋ ଅର୍ବିଟ୍ ବା ଲାଗରେଞ୍ଜ ପଏଣ୍ଟ-୧
- ଲାଗରେଞ୍ଜ ପଏଣ୍ଟ-୧ରେ ରହିବ ଆଦିତ୍ୟ
- ଏଠାରେ ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି ସମାନ
- ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରତ୍ୟେକ ଜିନିଷକୁ ନିଜ ଆଡକୁ ଟାଣେ
- ସୂର୍ଯ୍ୟର ମହାକର୍ଷଣ ଶକ୍ତି ମଧ୍ୟ ଯେକୌଣସି ବସ୍ତୁକୁ ଟାଣିଥାଏ
- କିନ୍ତୁ ଲାଗରେଞ୍ଜ ପଏଣ୍ଟରେ ଉଭୟ ଶକ୍ତି ସମାନୁପାତରେ ରହିଛି
- ପୃଥିବୀଠାରୁ ଏହାର ଦୂରତା ୧୫ ଲକ୍ଷ କିଲୋମିଟର
- ସେହିପରି ସୂର୍ଯ୍ୟଠାରୁ ୧୪ କୋଟି ୮୫ ଲକ୍ଷ କିମି ଦୂର
- ଏହିଠାରେ ରହି ସୂର୍ଯ୍ୟକୁ ଅନୁଧ୍ୟାନ କରିବ ଆଦିତ୍ୟ
- ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ଏଠାରୁ ସୂର୍ଯ୍ୟକୁ ଦେଖିପାରିବ ଆଦିତ୍ୟ
- ୨୪ ଘଣ୍ଟା ସୂର୍ଯ୍ୟ ଉପରେ ନଜର ରଖିପାରିବ ଭାରତର ସାଟେଲାଇଟ୍