ମୁମ୍ବାଇରେ ମୋସେ । ୨୬/୧୧ ଆକ୍ରମଣରେ ପ୍ରାଣ ହରାଇଥିବା ବାପା ମାଆଙ୍କ କୋଳରେ ବର୍ତିଯାଇଥିଲେ ଇସ୍ରାଏଲର ବେବି

28

କନକ ବ୍ୟୁରୋ : ମୁମ୍ବାଇରେ ପଂହଚିଛନ୍ତି ଇସ୍ରାଏଲର ବେବି ମୋସେ । ୨୬-୧୧ ମୁୁମ୍ବାଇ ଆକ୍ରମଣରେ ମୋସେଙ୍କ ବାପା ମା ପ୍ରାଣ ହରାଇଥିଲେ । ଏହି ସମୟରେ ମୋସେକୁ ମାତ୍ର ଦୁଇବର୍ଷ ହୋଇଥିଲା । ଅଳ୍ପକେ ସେ ଏଥିରୁ ବଂଚିଯାଇଥିଲେ । ଆକ୍ରମଣ ସମୟରେ ମୋସେ ଓ ତାଙ୍କ ବାପା-ମା ମୁମ୍ବାଇର ନରିମାନ ହାଉସରେ ରହୁଥିଲେ ।

ନରିମାନ ହାଉସ ଉପରେ ବି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ନରିମାନ ହାଉସକୁ ଏବେ ଚାବାଡ ହାଉସ କୁହାଯାଉଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ ଆସନ୍ତାକାଲି ମୁମ୍ବାଇ ଗସ୍ତରେ ଯିବେ । ଆଉ ଏହି ଗସ୍ତ ବେଳେ ନେତାନ୍ୟାହୁଙ୍କ ସହ ସାମିଲ ହେବେ ବେବି ମୋସେ । ୧୮ ତାରିଖରେ ନେତ୍ୟାନାହୁ ଓ ମୋଦିଙ୍କ ସହ ମୋସେ ଯିବେ ଚାବାଡ ହାଉସ ।

ଏଥିପାଇଁ ବେବି ମୋସେ ଆଜି ସକାଳେ ମୁମ୍ବାଇରେ ଆସି ପଂହଚିଛନ୍ତି । ମୁ୍ମ୍ବାଇରେ ପଂହଚିବା ପରେ ମୋସେଙ୍କ ସମ୍ପର୍କୀୟ କହିଛନ୍ତି—ମୋସେ ମୁମ୍ବାଇ ଆସି ବହୁତ ଖୁସି ଅଛି । ମୁମ୍ବାଇ ଆଗ ଅପେକ୍ଷା ଅଧିକ ସୁରକ୍ଷିତ । ଗତବର୍ଷ ଇସ୍ରାଏଲ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋସେକୁ ସାକ୍ଷାତ କରି ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ।