ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଲେ ଭାରତ ଉପରେ ଭରସା ଅଛି

675

କନକ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଭାରତ ଉପରେ ତାଙ୍କ ଯଥେଷ୍ଟ ଭରସା ଅଛି ବୋଲି ସେ କହିଛନ୍ତି । ଏଥିସହ ତାଙ୍କୁ ଘଟଣା ସମ୍ପର୍କରେ ପ୍ରତିଟି ଅପଡେଟ୍ ଦିଆଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଶୁକ୍ରବାର ସନ୍ଧ୍ୟା ସମୟରେ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ଏହା ପରେ ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ଟିମ୍ ଯାଇ ପହଞ୍ଚି ଯାଇଥିଲା । ଏହି ଘଟଣାରେ କେବଳ କିଛି ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଥିଲା । ଏଥିସହ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ମଧ୍ୟ କୁହାଯାଇଥିଲା । ଏହାପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।

ଅନ୍ୟପଟେ ଭାରତର ବୈଦେଶିକ ବିଭାଗର ମନ୍ତ୍ରୀ ଏସ ଜୟଶଙ୍କର ଏନେଇ ଇସ୍ରାଏଲ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବ ବୋଲି ଭାରତ ପକ୍ଷରୁ କୁହାଯାଇଛି ।